କନକ ବ୍ୟୁରୋ: ବିଜେପିକୁ ଅଡୁଆ ହେବେ ସ୍ୱାମୀ ଚିନ୍ମୟାନନ୍ଦ । ଉତରପ୍ରଦେଶର ଏହି ଗେରୁଆ ସନ୍ଥ ତଥା ରାଜନେତାଙ୍କ ନାଁରେ ଆସିଛି ଦୁଷ୍କର୍ମ ମାମଲା । ସ୍ୱାମୀ ସୁଖଦେବାନନ୍ଦ ଲ କଲେଜର ଜଣେ ଛାତ୍ରୀ ଆଣିଛନ୍ତି ଏହି ସଙ୍ଗୀନ ଅଭିଯୋଗ । ଏହାର ସବୁ ପ୍ରମାଣ ବି ଅଛି ତା,ଙ୍କ ପାଖରେ ।
/kanak/media/post_attachments/wp-content/uploads/2019/09/vlcsnap-2019-09-10-21h23m44s208.png)
ୟୁପିର ଏହି ହାଇପ୍ରୋଫାଇଲ୍ ନେତାଙ୍କୁ ହାତ ମାରିବାକୁ ଡରିଲେ ଯୋଗୀ ସରକାରଙ୍କ ପୋଲିସ ପ୍ରଶାସନ । ଶେଷରେ ସୁପ୍ରିମକୋର୍ଟ ଏସଆଇଟି ଗଠନ ନିର୍ଦ୍ଦେଶ ଦେବା ପରେ ଗେରୁଆ ସାଧୁଙ୍କ ନାଁରେ ରୁଜ୍ଜୁ ହୋଇଛି ମାମଲା । ସେପଟେ ଏହାକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ ।