ରାଜ୍ୟରେ ବଢୁଛି ଦୁଷ୍କର୍ମ, ହତ୍ୟା ମାମଲା: ୩ ବର୍ଷରେ ୭ ହଜାରୁ ଅଧିକ ମାମଲା

124

କନକ ବ୍ୟୁରୋ: ରାଜ୍ୟରେ ବଢିବାରେ ଲାଗିଛି ଦୁଷ୍କର୍ମ, ହତ୍ୟା ଓ ଯୌତୁକ ନିର୍ଯାତନା ମାମଲା । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ । ୨୦୧୯ରେ ୨୯୫୦ ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ରେ ଏହା ୨୯୮୪କୁ ବୃଦ୍ଧି ପାଇଛି । ସେହିପରି ୨୦୨୧ ଜୁନ ସୁଦ୍ଧା ସାମ୍ନାକୁ ଆସିଲାଣି ୧୫୬୩ଟି ମାମଲା ।

ସେହିପରି ନାବାଳିକା ଦୁଷ୍କର୍ମରେ ୨୦୧୯ରେ ସାମ୍ନାକୁ ଆସିଛି ୧୬୩୫ଟି ମାମଲା । ୨୦୨୦ରେ ୧୬୪୬ ଓ ୨୦୨୧ ଜୁନ ସୁଦ୍ଧା ୭୮୬ ମାମଲା ସାମ୍ନାକୁ ଆସିଛି ।

ହତ୍ୟା କ୍ଷେତ୍ରରେ ୨୦୧୯ରେ ୧୩୫୬, ୨୦୨୦ରେ ୧୪୭୦ ଏବଂ ୨୦୨୧ ଜୁନ ସୁଦ୍ଧା ୭୮୨ ମାମଲା ସାମ୍ନାକୁ ଆସିଛି । ସେହିପରି ଯୌତୁକଜନିତ ହତ୍ୟାରେ ବି ୨୦୧୯ରେ ୨୭୮, ୨୦୨୦ରେ ୩୧୧ ଏବଂ ୨୦୨୧ ଜୁନ ସୁଦ୍ଧା ୧୮୪ଟି ମାମଲା ସାମ୍ନାକୁ ଆସିଛି । ଆଉ ଯୌତୁକଜନିତ ନିର୍ଯାତନା
୨୦୧୯-୨୦ ମସିହାରେ ପାଖାପାଖି ସମାନ ରହିଛି। ଏହା ସହ ୨୦୨୧ଜୁନ ସୁଦ୍ଧା ୨୨୯ଟି ମାମଲା ମାମଲା ସାମ୍ନାକୁ।

ଯୌନ ନିର୍ଯାତନାରେ ୨୦୧୯ମସିହାରେ ୬୮୪୮, ୨୦୨୦ରେ ୭୯୩୭ ଏବଂ ୨୦୨୧ ଜୁନ ସୁଦ୍ଧା ୪୯୪୯ ମାମଲା ସାମ୍ନାକୁ ଆସିଛି ।ସେହିଭଳି ଏସିଡ଼ ମାଡ଼ରେ ୨୦୧୯ରେ ୩ଜଣ, ୨୦୨୦ରେ ୬ ଜଣ ଆଉ ୨୦୨୧ଜୁନ ସୁଦ୍ଧା ଜଣେ ଏସିଡ ମାଡ଼ର ଶିକାର ହୋଇଥିବା କହିଛନ୍ତି ଦିବ୍ୟ ଶଙ୍କର ମିଶ୍ର।