ପୁରୀରୁ ଆସିଲା ଗଣଦୁଷ୍କର୍ମର ଆଉ ଏକ ଲଜ୍ଜାଜନକ ଘଟଣା । ପୋଲିସ କହି ଯୁବତୀଙ୍କୁ ନିମାପଡାରୁ ଉଠାଇ ନେଇ ପୁରୀରେ ଦୁଷ୍କର୍ମ ଅଭିଯୋଗ ।

Advertisment
ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣା: ଯୁବତୀଙ୍କ ନିକଟରେ ଦୁଷ୍କର୍ମର ଭିଡିଓ, ଜଣେ ବହିଷ୍କୃତ ପୋଲିସ କର୍ମଚାରୀ ସମେତ ୪ ଅଭିଯୁକ୍ତ ଅଟକ । ଏସପି କହିଲେ, ଯିଏ ସମ୍ପୃକ୍ତି ଥିବ କାହାକୁ ବି ଛଡ଼ାଯିବନି

କନକ ବ୍ୟୁରୋ : ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ମାମଲାକୁ ନେଇ ସାରା ଦେଶ ଉଠୁଥିବା ପଡୁଥିବା ବେଳେ ଓଡିଶାରୁ ସାମ୍ନାକୁ ଆସିଛି ଗଣଦୁଷ୍କର୍ମର ଆଉ ଏକ ସାଂଘାତିକ ଅଭିଯୋଗ । ନିମାପଡାରୁ ଉଠାଇ ନେଇ ପୁରୀଠାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୀଡିତା ।

ପୋଲିସର ପରିଚୟ ଦେଇ ଏଭଳି ଅମାନବୀୟ କାଣ୍ଡ ଭିଆଯାଇଥିବା ଅଭିଯୋଗ ହୋଇଛି । ଯୁୁବତୀଙ୍କ ଅଭିଯୋଗ ଅନୁଯାୟୀ, ନିମାପଡାରୁ କୋଣାର୍କ ଯିବା ପାଇଁ ସେ ବସକୁ ଅପେକ୍ଷା କରିଥିଲେ । ଆଉ କୋଣାର୍କରେ ଛାଡିଦେବାକୁ କହି ଯୁବତୀଙ୍କୁ ପୁରୀ ଅଣାଯାଇଥିଲା । ଆଉ ସବୁଠାରୁ ବଡ କଥା ହେଉଛି, ପୋଲିସର ପରିଚୟ ଦେଇ କାରରେ ଯୁବତୀଙ୍କୁ ବସିବାକୁ କହିଥିଲେ ଅଭିଯୁକ୍ତ । ତେବେ ଏହି ଘଟଣା ନେଇ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe