କନକ ବ୍ୟୁରୋ: ଟି-ସିରିଜ୍ ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଲାଗିଲା ଧର୍ଷଣ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷୀୟ ମଡେଲ । ସିନେମାର ଅଭିନୟ ପାଇଁ ସୁଯୋଗ ଦେବାର ମିଥ୍ୟା ପ୍ରତିଶୃତି ଦେଇ ଯୁବତୀଙ୍କୁ ଭୂଷଣ କୁମାର ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

Advertisment

ପୋଲିସର ସୂଚନା ଅନୁସାରେ ଭୂଷଣ କୁମାର ପୀଡିତାଙ୍କୁ ୨୦୧୭ରୁ ୨୦୨୦ ମଧ୍ୟରେ ଶାରୀରିକ ନିର୍ଯାତନା ଦେଇଥିବା ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ଅନେ୍ଧରୀ ସ୍ଥିତ ଡିଏନ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଭୂଷଣ କୁମାରଙ୍କ ବିରୋଧରେ ଧାରା ୩୭୬, ଧାରା ୪୨୦ ଏବଂ ଧାରା ୫୦୬ ଦଫା ଲଗାଯାଇଛି ।

ତେବେ ଭୂଷଣ କୁମାରଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ମଧ୍ୟ ଜଣେ ମହିଳା ତାଙ୍କ ବିରୋଧରେ ଶାରିରୀକ ଶୋଷଣର ଅଭିଯୋଗ ଆଣିଥିଲେ । ତେବେ ସେହି ଅଭିଯୋଗକୁ ଖଣ୍ଡନ କରିଥିଲେ ଭୂଷଣ କୁମାର ।