କନକ ବ୍ୟୁରୋ : ରକ୍ଷକ ସାଜିଲେ ଭକ୍ଷକ । ଜୟପୁର ସେମିଳିଗୁଡା ବ୍ଲକ ସୋରିଷପଦର ଜଂଗଲରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ୪ ଜଣ କୋବ୍ରା ବାଟାଲିୟନ ଯବାନ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ସ୍କୁଲରୁ ଫେରୁଥିବାବେଳେ ଲେଂଜିଗୁଡା ଘାଟୀରେ ଏହି ଘଟଣା ଘଟିଥିବାର ଅଭିଯୋଗ ହୋଇଛି । ଏନେଇ ପଟାଂଗୀ ଥାନାରେ ଏନେଇ ଏତଲା ଦାୟର କରାଯାଇଛି । ପରେ ପୀଡାତା ଜଣଙ୍କୁ ଡାକ୍ତରଖାନାରେ ଭତର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।
ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଆରପିଏଫ ଡିଆଇଜି ରାମ ଚରିତ୍ର । ସେ କହିଛନ୍ତି, ଏହି ଘଟଣାରେ କୋବ୍ରା ବାହିନୀ ସଂପୃକ୍ତ ଥିବା ଜାଣିବା ପରେ ପ୍ରାଥମିକ ତଦନ୍ତ କରାଯାଇଥିଲା ଏବଂ କିଛି ଅଧିକାରୀଙ୍କ ସହ କଥା ମଧ୍ୟ ହୋଇଛି । କିନ୍ତୁ ସେଭଳି କୌଣସି ପ୍ରମାଣ ନଥିବା ସେ କହିଛନ୍ତି । ଏହି ଗଣଦୁର୍ଷ୍କମରେ କୋବ୍ରା ବାହିନୀର କୌଣସି ଯବାନ ସାମିଲ ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/crpf.jpg)