କନକ ବ୍ୟୁରୋ: ଜୟପୁରରେ ଘରୋଇ କଲେଜର ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରୀକ୍ଷାରେ ଫେଲ୍ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁର୍ଷ୍କମ । ଏପରିକି ନାବାଳିକା ଛାତ୍ରୀଙ୍କ ମାଙ୍କୁ ମଧ୍ୟ ଅସଦାଚରଣ କରାଯିବା ସହ ମାଡ ମରାଯାଇଛି । ଏନେଇ ଛାତ୍ରୀ ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କେବଳ ସେ ନୁହଁନ୍ତି, କଲେଜର ବହୁ ଛାତ୍ରୀ, କଲେଜ ଅଧ୍ୟକ୍ଷଙ୍କ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ଆଧାରରେ ପୋଲିସ ତନାଘନା ଆରମ୍ଭ କରିଛି ।
ଘରୋଇ କଲେଜ ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଫେଲ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଥାନାରେ ଏତଲା
/kanak/media/post_attachments/wp-content/uploads/2023/12/12-16.jpg)