ଶୁଆର ସାକ୍ଷୀ ଆଧାରରେ ହେବ ଅଭିଯୁକ୍ତଙ୍କୁ ଶାସ୍ତି: ବାରମ୍ବାର ଦୋହାରାଉଛି ମାଲିକାଣିଙ୍କ ଚିତ୍କାର

368

କନକ ବ୍ୟୁରୋ: ଆର୍ଜେଣ୍ଟିନାର ଏକ କୋର୍ଟରେ ଶୁଆର ସାକ୍ଷୀ ଉପରେ ହେବ ଅଭିଯୁକ୍ତଙ୍କୁ ଶାସ୍ତି । ଏହା ଶୁଣିବାକୁ ଅଡୁଆ ଲାଗୁଥିଲେ ବି କଥାଟା ଏକଦମ୍ ସତ । ସୂଚନା ମୁତାବକ, ଆର୍ଜେଣ୍ଟିନାରେ ଏକ ୪୬ ବର୍ଷିୟା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ମହିଳା ରହୁଥିବା ଭଡା ଘରୁ ମୃତ ଦେହ ମିଳିବା ପରେ ପୋଲିସ୍ ଛାନବିନ ଆରମ୍ଭ କରିଥିଲା । ଏହି ସମୟରେ ପୋଲିସକୁ ଯାହା ସୁରାକ୍ ମିଳିଥିଲା ସେଥିରେ ହତଚକିତ ହୋଇଯାଇଥିଲେ ଅନୁସନ୍ଧାନକାରୀ ଦଳ । ଘରର ଗୋଟିଏ କୋଣରେ ବସିଥିବା ଶୁଆ ବାରମ୍ବାର ଏକ ଚିକ୍ରାରକୁ ଦୋହରାଉଥିଲା । ପୋଲିସର ସୂଚନା ମୁତାବକ, ସ୍ଥାନୀୟ ଭାଷାରେ ଶୁଆଟି କହୁଛି’ନୋ ପୋର ଏହସାନ୍ ସୋଲଟେମ୍’ ଯାହାର ଅର୍ଥ ‘ନାଁ ଦୟା କରି ମୋତେ ଯିବାକୁ ଦିଅ’ ।ଏହି ଶୁଆକୁ ମୃତ ମହିଳା ପାଳିଥିଲେ ।

ଆର୍ଜେଣ୍ଟିନାର ସେନ୍ ଇସିଡ୍ରୋ ଅଦାଲତ ଶୁଆର ଚିକ୍ରାର ଉପରେ ଯାଞ୍ଚ ଆରମ୍ଭ କରିଥିଲେ । ଏହାସହ ମହିଳାଙ୍କ ଘର ପାଖରେ ଆଉ ଜଣେ ମହିଳା ମଧ୍ୟ ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହା ପୋଲିସର ସନ୍ଦେହକୁ ଦୃଢ କରିଥିଲା । ଘଟଣା ଦିନ ଚିକ୍ରାରର ହାଲକା ଶବ୍ଦ ଶୁଣିଥିଲେ । ହେଲେ ଏହାକୁ ଏତେ ଗୁରୁତ୍ୱ ଦେଇନଥିବା କହିଥିଲେ ପଡୋଶୀ । ୨୦୧୮ରେ ଘଟିଥିବା ଏହି ମାମଲାରେ ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।ମୃତ ମହିଳାଙ୍କ ଘରୁ ଉଦ୍ଧାର ହୋଇଥିବା ଶୁଆର ସାକ୍ଷୀ ଉପରେ ହିଁ ଦୁଇ ଅଭିଯୁକ୍ତଙ୍କୁ ଶାସ୍ତି ମିଳିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।