ବଦଳିଲା ସରକାର, ଧରାପଡିଲେ ଗଣଦୁଷ୍କର୍ମ ଅଭିଯୁକ୍ତ ! ୧୭ ଦିନର ଲୁଚକାଳି ଖେଳ ପରେ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଗିରଫ

66

କନକ ବ୍ୟୁରୋ : ଉତରପ୍ରଦେଶରେ ବିଜେପିର ଦମଦାର ବିଜୟ ପରେ ଏହାର ପ୍ରଭାବ ଏବେଠାରୁ ଦେଖିବାକୁ ମିଳିଛି । ୧୭ ଦିନର ଲୁଚକାଳି ଖେଳ ପରେ ଗଣଦୁର୍ଷ୍କମ ମାମଲାରେ ଫେରାର ପୂର୍ବତନ ୟୁପି କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଗିରଫ । କାଲି ପ୍ରଜାପତିଙ୍କ ପୁଅ ସମେତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଲକ୍ଷ୍ନୌ ପୁଲିସ ଓ ଏଟିଏସର ମିଳିତ ଟିମ୍ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ପ୍ରଜାପତିଙ୍କ ୨ ପୁଅଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କରାଯାଇଛି । ସମ୍ପୂର୍ଣ୍ଣ ମାମଲାରେ ଗାୟତ୍ରୀଙ୍କ ସମେତ ୧୨ଜଣ ଅଭିଯୁକ୍ତ ସାମିଲ ଅଛନ୍ତିି । ଏପର୍ଯ୍ୟନ୍ତ ୬ଜଣଙ୍କୁ ଗିରଫ କରାଯାଇଛିି । ପ୍ରଜାପତିଙ୍କ ବାସଭବନରେ ଦୁଷ୍କର୍ମ କରାଯାଇଥିବା ନେଇ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଅଭିଯୋଗ କରିଥିଲେ ।