୪୫ ଘଂଟା ହେଲା ଅପହୃତ ରାଉରକେଲାର କ୍ରସର ମାଲିକଙ୍କ ମିଳୁନି ପତ୍ତା: ଏଯାଏଁ ପୋଲିସକୁ ମିଳୁନି ସୁରାଗ; ପତ୍ନୀଙ୍କୁ ଫୋନ କରି ଟଙ୍କା ମାଗିଥିଲେ ଅପହରଣକାରୀ

172

କନକ ବ୍ୟୁରୋ: ରାଉରକେଲା ଜାତୀୟ ରାଜପଥ ଉପରୁ କ୍ରସର ମାଲିକ ଅପହରଣ ଘଟଣା ଏବେବି ରହସ୍ୟମୟୀ ହୋଇ ରହିଛି । ଅପହରଣକୁ ୪୫ ଘଂଟା ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁରାଗ ମିଳିପାରିନାହିଁ । ତାଙ୍କର ମୋବାଇଲ ଫୋନକୁ ଟ୍ରାକ କରାଯାଉଛି । କିନ୍ତୁ ଏହା ପରେ ମଧ୍ୟ ସୁରାଗ ମିଳିନଥିବା ଜଣାପଡ଼ିଛି । ଅପହୃତ କ୍ରସର ମାଲିକ ଜଣଙ୍କ ହେଲେ ପ୍ରଦୀପ କୁଣ୍ଡୁ ।

ଶନିବାର ବିଳମ୍ବିତ ସନ୍ଧ୍ୟାରେ ରାଉରକେଲା ବାସଭବନକୁ  ନିଜ କାରରେ ଫେରୁଥିବା ବେଳେ ଜାତୀୟ ରାଜପଥ ଉପରୁ ପ୍ରଦୀପଙ୍କୁ ଅପହରଣୟ କରାଯାଇଥିଲା । ଏହାପରେ ବୀରମିତ୍ରପୁର ପୋଲିସ  ଅପହୃତ କ୍ରସର ମାଲିକଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । କେଉଁ କାରଣରୁ ତାଙ୍କୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଟଙ୍କା ଆଦାୟ ପାଇଁ  ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି ।