କନକ ବ୍ୟୁରୋ: ସମ୍ବଲପୁର ଫେଜର କ୍ଲବ ସାମ୍ନାରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା । ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଓ ସ୍ଥାନୀୟ ଲୋକେ । ସଂଧ୍ୟା ସମୟରେ ବଡ଼ ଗାଡ଼ି ସେହି ରାସ୍ତା ଦେଇ ନଯିବାକୁ କଲେ ଦାବି । ଏହା ସହ ଗତକାଲି ପୋଲିସ ଯେଉଁ ୭ ଜଣଙ୍କୁ ନେଇ ଅଟକ ରଖିଛି ତାଙ୍କୁ ଛାଡ଼ିବାକୁ ଦାବି ରଖିଛନ୍ତି । କିଛି ସମୟ ପାଇଁ ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଥିଲେ ବି ଏବେ ପରିସ୍ଥିତିରେ ଶାନ୍ତ ପଡ଼ିଛି ।

Advertisment

ପୋଲିସ ଉଭୟ ପରିବାର ଏବଂ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ରହିଛି । ଗତକାଲି ସଂଧ୍ୟାରେ ଟୁରିଷ୍ଟ ବସ୍ ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ମୃତ ନାବାଳକ ହେଲେ ଦିଶାନ ନାୟକ । ସେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିଲେ ।