ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ ! ଉତ୍ୟକ୍ତ ଲୋକ କଲେ ରାସ୍ତାରୋକ

Advertisment
ପୁଅ ପାଇଁ ସ୍କୁଲରୁ ବହି ନେଇ ଫେରିବା ସମୟରେ ଦୁର୍ଘଟଣା : ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା ଘଟିବାରୁ ଆଖିବୁଜିଲେ ବାପ-ପୁଅ

କନକ ବ୍ୟୁରୋ : ଦୁର୍ଘଟଣା ହେଲା ଘଟଣା ,ସ୍ଥଳରେ ଜୀବନ ଗଲା । ମିଳିଥିବା ସୂଚନା ଅନୁସାରେ, ବଡ଼ମାଲ ଥାନା ଅନ୍ତର୍ଗତ ବେହେରାପାଲି ନିକଟରେ ୨ ଜଣ ବାଇକ ଆରୋହୀଙ୍କ ଉପରେ ଟ୍ୟାଙ୍କର ଚଢ଼ିଯାଇଛି। ସମ୍ବଲପୁର ଠାରୁ ରାଉରକେଲା ଯାଇଥିବା ବିଜୁ ଏକ୍ସପ୍ରେସରେ  ଏହି ଘଟଣା ଘଟିଛି। ଦୁଇ ଜଣ ବାଇକ୍ ଆରୋହୀଙ୍କୁ ବଂଚାଇବା ପାଇଁ ଟ୍ୟାଙ୍କର ଚାଳକ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଶେଷରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ୟାଙ୍କରଟି ଓଲଟି ଯିବା ପରେ ଚାଳକ ଘଟଣାସ୍ଥଳରୁ ଫେରାର ଅଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି।

publive-imageସୂଚନା ଅନୁସାରେ ଝାରସୁଗୁଡ଼ା ଟାଉନ୍ ଥାନା ଅନ୍ତର୍ଗତ ସରବାହାଲ ଅଂଚଳର ଗୌରପଡ଼ାର ଦୁଇ ଯୁବକ ସୁମିତ ସାହୁ (୨୩) ଓ ନୀତିନ ସରାଫ (୨୨) ସମ୍ବଲପୁର ଲପଙ୍ଗା ଯାଇଥିଲେ। ସେଠାରୁ ଫେରିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକେ ୬୦ ଲକ୍ଷ ଟଙ୍କା ଦାବି କରି ରାସ୍ତାରୋକ କରିଛନ୍ତି। ଉତ୍ତେଜନା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe