ଇଟାଲୀରେ ବିବାହ କରି ସାତ ଜନ୍ମର ସାଥୀ ହୋଇଛନ୍ତି ବଲିଉଡର ନାମୀ ତାରକା ରଣବୀର ସିଂହ ଓ ଦୀପିକା ପାଦୁକୋନ । ଏହି ବାହାଘରକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବାବେଳେ ସୋସିଆଲ ମିଡିଆରେ ଉଭୟଙ୍କ ଡ୍ୟାନସିଂ ଭିଡିଓ ଭାଇରାଲ ହୋଇଛି । ଉଭୟେ ଏହି ଭିଡିଓରେ ଡ୍ୟାନସ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ସେମାନଙ୍କ ବିବାହର ଫଟୋ ବି ଭାଇରାଲ ହୋଇଥିଲା । ପୂର୍ବରୁ ଦୀପିକା ଇନଷ୍ଟାଗ୍ରାମରେ ନିଜ ବାହାଘର ଫଟୋ ଭାଇରାଲ କରିବା ପରେ ଏକଘଂଟାରେ ୩୦ ଲକ୍ଷରୁ ଅଧିକ ଲାଇକ ମିଳିଥିଲା । ସେହିଭଳି ୧୮ ହଜାର ଲୋକ ରିଟ୍ୱିଟ କରିଥିବା ବେଳେ ୫ ହଜାରରୁ ଅଧିକ ଲୋକ କଂମେଟ କରିଥିଲେ ।
ତେବେ ବିବାହ ପରେ ଇଟାଲିରୁ ଆଜି ମୁମ୍ବାଇ ଫେରିଛନ୍ତି ରଣବୀର-ଦୀପିକା । ମୁମ୍ବାଇରେ ରଣବୀରଙ୍କ ଥିବା ଘର ଶ୍ରୀରେ ରହିବେ ବାଜିରାଓ-ମସ୍ତାନୀ । ଏୟାରପୋର୍ଟରେ ଦୀପିକା-ରଣବୀରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଗହଳି ଲାଗିଥିଲା । କଡା ସୁରକ୍ଷା ବଳୟରେ ନବ ଦମ୍ପତି ଘରେ ପହଂଚିଥିଲେ । ସେଠାରେ ବି ଲୋକଙ୍କ ଭିଡ ଦୀପ-ବୀରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାର ପ୍ରତିକ୍ରିୟାରେ ଲନରେ କିଛି ସମୟ ଠିଆ ହୋଇ ଫ୍ୟାନ୍ôସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/d1-1542516782.jpg)
/kanak/media/post_attachments/wp-content/uploads/2018/11/Capture-15-210x300.jpg)