ଅଭିନେତା ରଣବୀର ସିଂହଙ୍କ ଅଭିନୀତ ସିନେମା ‘ସିମ୍ବା’ ବକ୍ସ ଅଫିସରରେ ଧମାଲା କରି ଚାଲିଛି । ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଏହି ସିନେମା ୯ଦିନରେ ପାଖାପାଖି ୧୭୦ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ଏଥିସହିତ ରଣବୀର ଗୋଟିଏ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବ୍ୟବସାୟ କରିବା ମାମଲାରେ ଅକ୍ଷୟ କୁମାରଙ୍କ ଠାରୁ ଆଗକୁ ବଢ଼ି ଯାଇଛନ୍ତି।
Advertisment
ରଣବୀର ସିଂହଙ୍କ ପୂର୍ବରୁ ଗୋଟିଏ ବର୍ଷ ମଧ୍ୟରେ ଅଧିକ ବ୍ୟବସାୟ କରୁଥିବା ଅଭିନେତା ଅକ୍ଷୟ କୁମାର ଦ୍ୱିତୀୟ ନମ୍ବରରେ ରହିଥିଲେ। ବର୍ଷ ୨୦୧୨ରେ ଅକ୍ଷୟଙ୍କ ଅଭିନୀତ ୫ଟି ସିନେମା ଲଗାତାର ରିଲିଜ୍ ହୋଇଥିଲା। ଗୋଟିଏ ବର୍ଷରେ ୪୧୩.୨୨ କୋଟି ଟଙ୍କାର ବ୍ୟବସାୟ କରି ଅକ୍ଷୟ ଏହି ରେକର୍ଡ ନିଜ ନାମରେ କରିଥିଲେ। ଅନ୍ୟପଟେ ରଣବୀର ସିଂହ ସିନେମା ‘ପଦ୍ମାବତ’ ଓ ‘ସିମ୍ବା’ ଜରିଆରେ ଏଯାବତ୍ ୪୬୬.୯୫ କୋଟି ଟଙ୍କା ଆୟ କରି ସାରିଲେଣି। ଏବେ ବି ‘ସିମ୍ବା’ର ବ୍ୟବସାୟ ଜାରି ରହିଛି।
ଅନ୍ୟପକ୍ଷରେ ଦେଖିବାକୁ ଗଲେ, ୨୦୧୫ରେ ‘ପ୍ରେମ ରତନ ଧନ ପାୟୋ’ ଓ ‘ବଜରଙ୍ଗୀ ଭାଇଜାନ୍’ ଜରିଆରେ ଗୋଟିଏ ବର୍ଷ ମଧ୍ୟର ୫୩୦.୫୦ କୋଟି ଟଙ୍କା ରୋଜଗାର କରି ଏହି ମାମଲାରେ ସଲମାନ୍ ଖାନ୍ ଶୀର୍ଷ ସ୍ଥାନରେ ଅଛନ୍ତି। ଏବେ ସଲମାନ୍ ଓ ରଣବୀରଙ୍କ ମଧ୍ୟରେ ପାଖାପାଖି ୭୦କୋଟିର ପାର୍ଥକ୍ୟ ରହିଛି।