ସାରାଙ୍କ ପ୍ରେମରେ ରଣବୀର ! ବଲିଉଡରେ ଦୁହିଁଙ୍କୁ ନେଇ ଚର୍ଚ୍ଚା

ସାରାଙ୍କ ପ୍ରେମରେ ରଣବୀର ! ବଲିଉଡରେ ଦୁହିଁଙ୍କୁ ନେଇ ଚର୍ଚ୍ଚା

ବଲିଉଡ ଜଗତର ବହୁପ୍ରତିକ୍ଷୀତ ଯୋଡି ଭାବରେ ଚର୍ଚ୍ଚାରେ ଥିବା ଅଭିନେତା ରଣବୀର ସିଂହ ଏବେ ଦୀପିକାଙ୍କୁ ଛାଡ଼ି ସୈଫ୍ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ପ୍ରେମରେ ପଡ଼ିଥିବାକୁ ନେଇ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ଖାଲି ସେତିକି ନୁହେଁ ନିକଟରେ ଏକ ବିବାହ ଭୋଜିରେ ସାମିଲ ହେବାପାଇଁ ଦୁହେଁ ସାଙ୍ଗ ହୋଇ ହାଇଦ୍ରାବାଦ୍ ଯାଇଥିବା ସହ ଏକାଠି ଏକ ହୋଟେଲରେ ରହିଥିବାର ଖବର ମଧ୍ୟ ଶୁଣିବାକୁ ମିଳିଛି ।

ସୂଚନାଯୋଗ୍ୟ, ଦୀପିକା ପାଦୁକୋନ୍ ଏବେ ବଲିଉଡ ଛାଡ଼ି ହଲିଉଡରେ କାମ କରିବା ପାଇଁ ଯୋଜନା କରିଥିବା କାରଣରୁ ଉଭୟଙ୍କ ମଧ୍ୟରେ ମନମାଳିନ ଦେଖାଦେଇଛି ଯାହାକୁ ନେଇ ଏବେ ରଣବୀର୍ ଚିନ୍ତିତ ରହୁଛନ୍ତି । ସେଥିପାଇଁ ସେ ନୂଆ ସାଥୀଭାବେ ସାରାଙ୍କୁ ବାଛିଛନ୍ତି ବୋଲି ଶୁଣିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe