ପୁଷ୍ପା-୨କୁ ନେଇ ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍ସାହ, ଏଥର ଅଲ୍ଲୁଅର୍ଜୁନଙ୍କ ସହ ନଜର ଆସିବେ ରଣବୀର ସିଂ

257

କନକ ବ୍ୟୁରୋ : ପୁଷ୍ପା-୨ର ସୁଟିଂ ଜୋରସୋରରେ ଚାଲିଛି । ଦର୍ଶକେ ଫିଲ୍ମକୁ ଅପେକ୍ଷା କରି ରହିଥିବାବେଳେ ଉତ୍ସାହ ମଧ୍ୟ ବଢ଼ୁଛି । ନିକଟରେ ଓଡ଼ିଶାରେ ଏହି ଫିଲ୍ମର କିଛି ଦୃଶ୍ୟ ସୁଟିଂ ହୋଇଛି   । ତେବେ ଏହାରି ଭିତରେ ପୁଣି ଏକ ବଡ଼ ଖବର ନଜରକୁ ଆସିଛି । ପୁଷ୍ପା- ‘ଦ ରୁଲ’ରେ ନଜର ଆସିପାରନ୍ତି ବଲିଉଡ ଅଭିନେତା ରଣବୀର ସିଂ । ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଖବର ପ୍ରକାଶ ପାଇଛି । ଯଦି ରଣବୀର ସିଂ ଏହି ଫିଲ୍ମରେ ଅଭିନୟ କରନ୍ତି ତାହେଲେ ଅଧିକ ସଫଳତା ପାଇବ ବୋଲି ତାଙ୍କ ପ୍ରଂଶସକମାନେ କହିଛନ୍ତି । ତେବେ ଏହି ଫିଲ୍ମରେ ତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱୂର୍ଣ୍ଣ ରହିପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏଯାବତ ରଣବୀର କିମ୍ବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ରଣବୀର ସିଂଙ୍କୁ ବଲିଉଡର ଏନର୍ଜି କିଙ୍ଗ କୁହାଯାଏ । ଅନେକ ହିଟ୍ ଫିଲ୍ମ ସହ ନିଜ ପ୍ରତିଭାରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସର୍କସ’ ଫ୍ଲପ୍ ହୋଇଥିଲା । ଯେଉଁଥିରେ ମୁଖ୍ୟ ଭୂମିକା ନିଭାଇଥିଲେ ରଣବୀର । ତେବେ ରଣବୀର ଏବେ କରଣ ଜୋହରଙ୍କ ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନୀ’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତିି ଆଲିଆ ଭଟ୍ଟ । ସେପଟେ ଏଭଳି ଏକ ସମୟରେ ଯଦି ରଣବୀର ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପାରେ ଯଦି ନଜର ଆସନ୍ତି ତାହେଲେ ତାଙ୍କ କ୍ୟାରିୟର ପାଇଁ ଲାଭଦାୟକ ହେବ ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି ।

୨୦୨୧ ମସିହାରେ ପୁଷ୍ପାର ପ୍ରଥମ ଭାଗ ରିଲିଜ ହୋଇଥିବାବେଳେ ଦର୍ଶକେ ଏହାକୁ ବହୁ ମାତ୍ରାରେ ଭଲ ପାଇବା ଦେଇଥିଲେ । ଯେଉଁଥି ପାଇଁ ଶେଷରେ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରାଯାଉଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ଫିଲ୍ମର ଟିଜର ରିଲିଜ ହୋଇଛି । ଏହାକୁ ଦର୍ଶକେ ବେଶ ସନ୍ଦ କରିଥିବାବେଳେ ଟ୍ରେଲରକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ରଣବୀର ଯଦି ଏଥିରେ ନଜର ଆସନ୍ତି ତାହେଲେ ତାଙ୍କ ଭୂମିକା କଣ ରହିବ ତାକୁ ଅପେକ୍ଷା । ତେବେ ଏହା କେତେଦୂର ସତ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ପରେ ଜଣାପଡ଼ିବ ।