୧୯୮୩ ବିଶ୍ୱକପର ହିରୋ କପିଳଙ୍କ ଭଳି ଦେଖାଯାଉଛନ୍ତି ରଣବୀର । ଜନ୍ମଦିନରେ ସେୟାର କଲେ ‘୮୩ ଦ ଫିଲ୍ମ’ର ଫାଷ୍ଟ ଲୁକ୍

304

ଆସିଲା ‘୮୩ ଦ ଫିଲ୍ମ’ର ଫାଷ୍ଟ ଲୁକ୍ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ରଣବୀର ସିଂଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ନିଜ ଜନ୍ମଦିନରେ ଫ୍ୟାନମାନଙ୍କୁ ଏହି ବଡ ଉପହାର ଭେଟି ଦେଇଛନ୍ତି ରଣବୀର । ଯେଉଁଥିରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିଛନ୍ତି ରଣବୀର । ଏପରିକି ଏହି ଲୁକରେ ରଣବୀରଙ୍କୁ ଠିକ୍ ଭାବରେ ଚିହ୍ନି ମଧ୍ୟ ହେଉନାହିଁ । ଯାହାର ଫଟୋ ରଣବୀର ସେୟାର କରିବା ପରେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ରଣବୀରଙ୍କ ଆଖିରେ ମଧ୍ୟ କପିଳଙ୍କ ଭଳି ଜୋଶ ଦେଖିବାକୁ ମିଳିଛି ।

ରଣବୀର ସିଂ ‘୮୩ ଦ ଫିଲ୍ମ’ର ପ୍ରଥମ ଲୁକ୍ ନିଜ ଜନ୍ମ ଦିନରେ ସେୟାର କରିବା ସହ ହରିୟାଣାର ହରିକେନ କୁହାଯାଉଥିବା କପିଳ ଦେବଙ୍କୁ ବଡ ଭେଟି ଦେଇଛନ୍ତି । ଏହି ଫିଲ୍ମଟି ୧୯୮୩ ବିଶ୍ୱକପକୁ ନେଇ ନିର୍ମାଣ ହେଉଛି । ୧୯୮୩ରେ କପିଳଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ବିଜେତା ହୋଇଥିଲା । ଯାହାର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହାଛଡା ବିଶ୍ୱକପର ଆଉ କିଛି ଭିତିରି କଥା ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ ।

ଏହି ଫିଲ୍ମରେ କପିଲଙ୍କ ଭୂମିକାରେ ରଣବୀର ସିଂ ଅଭିନୟ କରୁଛନ୍ତି । ଲୁକରେ ରଣବୀର ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି । ରଣବୀରଙ୍କ ବ୍ୟତୀତ ଫିଲ୍ମରେ କପିଳଙ୍କ ପତ୍ନୀ ରୋମି ଦେବିଙ୍କ ଭୂମିକାରେ ରଣବୀରଙ୍କ ରିଅଲ ଲାଇଫ ପାର୍ଟନର ଦୀପିକା ପାଦୁକୋଣ ଅଭିନୟ କରୁଛନ୍ତି । ଇଂଲଣ୍ଡରେ ଏବେ ଫିଲ୍ମଟିର ସୁଟିଂ ଚାଲିଛି । ତେବେ ଏହି ଫିଲ୍ମ ପାଇଁ ରଣବୀରଙ୍କୁ ମଧ୍ୟ ବେଶ ପରିଶ୍ରମ କରିବାକୁ ପଡିଛି । ଫିଲ୍ମକୁ ଜୀବନ୍ତ କରିବା ପାଇଁ କପିଳଙ୍କ ସହ ମଧ୍ୟ ବେଶ କିଛି ସମୟ ବିତାଇଛନ୍ତି ରଣବୀର । ପ୍ରାୟ ୧୦ ଦିନ କପିଳଙ୍କ ଘରେ ରହି ତାଙ୍କର ବ୍ୟାଟିଂ ଓ ବୋଲିଂ କଳା ଶିଖିବାକୁ ପ୍ରୟାସ କରିଛନ୍ତି ରଣବୀର ।

କପିଳଙ୍କ ଷ୍ଟାଇଲକୁ କିପି କରିବାକୁ କ୍ରିକେଟ ମୈଦାନରେ ମଧ୍ୟ ଅନେକ ସମୟରେ ପ୍ରାକ୍ଟିସ କରୁଥିବାର ରଣବୀରଙ୍କୁ ଦେଖିବାକୁ ମିଳିଛି । ଏପରିକି ପୂର୍ବତନ କ୍ରିକେଟର ବଲବିନ୍ଦର ସିଂ ସନ୍ଧୁଙ୍କ ଠାରୁ ମଧ୍ୟ କ୍ରିକେଟ ଟ୍ରେନିଂ ନେଇଛନ୍ତି ରଣବୀର । ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୧୦ ତାରିଖରେ ରିଲିଜ ହେବ ।