ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଦୀପବୀରଙ୍କ ବିବାହର ପ୍ରଥମ ଫଟୋ ! ଶୁଭେଚ୍ଛା ଜଣାଇଲେ ପ୍ରଶଂସକ ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଦୀପବୀରଙ୍କ ବିବାହର ପ୍ରଥମ ଫଟୋ ! ଶୁଭେଚ୍ଛା ଜଣାଇଲେ ପ୍ରଶଂସକ ।

Times of India

ରଣବୀର ସିଂହ ଓ ଦୀପିକା ପାଦୁକୋନ ଏବେ ପତି-ପତ୍ନୀ। ଇଟାଲିର ଲେକ୍ କୋମୋ ସହରରେ ସେମାନଙ୍କର କୋଙ୍କଣ ରୀତି ଅନୁସାରେ ଆଜି ବିବାହ ସଂପନ୍ନ ହୋଇଛି। ଏହି ଦୁଇ ସୁପର୍ଷ୍ଟାର୍ ଗତ ୬ ବର୍ଷ ହେଲା ପରସ୍ପରଙ୍କୁ ଡେଟିଂ କରୁଥିବା ବେଳେ ଚଳିତବର୍ଷ ଅକ୍ଟୋବରରେ ନିଜ ସଂପର୍କକୁ ନେଇ ଖୁଲାସା କରିଥିଲେ। ତେବେ ରଣବୀର ଦୀପିକାଙ୍କ ବିବାହର ସ୍ୱତନ୍ତ୍ରତା ହେଉଛି ତାଙ୍କ ବିବାହ ସ୍ଥାନକୁ ଜଣକୁ ହେଲେ ବି କ୍ୟାମେରା କିମ୍ବା ମୋବାଇଲ୍ର କ୍ୟାମେରା ବ୍ୟବହାର କରିବାର ଅନୁମତି ନଥିଲା। ନିମନ୍ତ୍ରିତ ସମସ୍ତ ଅତିଥି ନିଜ ମୋବାଇଲ୍ର କ୍ୟାମେରାରେ ଷ୍ଟିକର୍ ଲଗାଇ ଭିତରକୁ ଆସିବାର ବନ୍ଦୋବସ୍ତ କରାଯାଇଥିଲା।

ତେବେ, ରଣବୀର ଓ ଦୀପିକାଙ୍କୁ ବର-ବଧୂ ବେଶରେ ଦେଖିବା ପାଇଁ ପ୍ରଶଂସକଙ୍କ ମନରେ ପ୍ରବଳ ଉତ୍ସୁକତା ଥିବା ସତ୍ତ୍ୱେ ଗୋଟାଏ ହେଲେ ବି ଫଟୋ ଦେଖିବାକୁ ମିଳିନଥିଲା। ଏପରିକି ତାଙ୍କ ବିବାହ ଉତ୍ସବ ସ୍ଥାନରେ ଜଣେ ନିଜର ଫଟୋ ଇନ୍ଷ୍ଟାରେ ଦେଇଥିଲେ ବି ଦୀପବୀର ତାଙ୍କୁ ତାହାକୁ ହଟାଇ ଦେବାକୁ ନିବେଦନ କରିଥିଲେ। ମାତ୍ର ଶେଷରେ ତାଙ୍କର ପ୍ରଥମ ଫଟୋ ଏବେ ପ୍ରଶଂସକଙ୍କ ପାଖରେ ପହଞ୍ଚି ଯାଇଛି। ରଣବୀର ଏକ ଧଳା ରଂଗର ସେରଓ୍ଵାନି ପିନ୍ଧିଥିବା ବେଳେ ଦୀପିକା ଏକ ସୁନେରି ରଂଗର ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe