ଏହି ଲୋକପ୍ରିୟ ଗାୟକଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଲେ କୋକିଳକଣ୍ଠୀ ରାନୁ ମଣ୍ଡଲ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । 

484

ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ବସି ଗୀତ ଗାଇ ଗୁଜୁରାଟ ମେଣ୍ଟାଉଥିବା ଜଣେ ଗରିବ ଗାୟିକାଙ୍କ ଜୀବନର ମୋଡ଼ ଯେ ଏଭଳି ଭାବେ ବଦଳିବ ତାହା କେବେ କେହି ଚିନ୍ତା କରିନଥିବେ । କିଛି ଦିନରୁ ଖୁବ୍ ଚର୍ଚ୍ଚା ସାଉଁଟୁଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭିଡିଓ ତାଙ୍କୁ ରାତାରାତି ଅଜ୍ଞାତରୁ ଚର୍ଚ୍ଚିତ କରିଦେଲା । ଏବେ ସୁପରଷ୍ଟାର ଲିଷ୍ଟରେ ସାମିଲ୍ ହୋଇଥିବା ରାନୁଙ୍କୁ ବଲିଉଡ୍ ରୁ ଗୀତ ଗାଇବା ପାଇଁ ଅଫର୍ ମିଳୁଛି । ଅଭିନେତା ଏବଂ ଗାୟକ ହିମେଶ୍ ରେସମିୟା ତାଙ୍କ ସିନେମା “ହ୍ୟାପି,ହାର୍ଡି ଆଣ୍ଡ୍ ହିର୍” ରେ ତାଙ୍କୁ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଛନ୍ତି । ରାନୁ ଏବଂ ହିମେଶ୍ ଙ୍କ ଯୁଗଳବନ୍ଦୀ ଭାବେ ଗାଇଥିବା ଗୀତର ରେକର୍ଡିଙ୍ଗ୍ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ତେବେ ଏ ଭିତରେ ହିମେଶଙ୍କ ସହ ରାନୁ ୩ ଟି ଗୀତ ଗାଇ ସାରିଲେଣି । ଏହି ତିନୋଟି ଗୀତର ଝଲକ ହିମେଶ୍ ନିଜ ସୋସିଆଲ୍ ଆକାଉଣ୍ଟରେ ମଧ୍ୟ ସେୟାର୍ କରିଛନ୍ତି ଯାହାକୁ ଲୋକ ଖୁବ୍ ପସନ୍ଦ କରୁଛନ୍ତି । ଏ ଭିତରେ ରାନୁ ଆଉ ପାଦେ ଆଗକୁ ବଢିଛନ୍ତିି । ନିକଟରେ ରାନୁ ପ୍ରସିଦ୍ଧ ଗାୟକ ଉଦିତ୍୍ ନାରାୟଣଙ୍କ ସହ ଏକ ଗୀତ ରେକର୍ଡ କରିବାର ସୁଯୋଗ ପାଇଥିଲେ ।

ହିମେଶ୍ ରେସମିୟା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ଆଉ ଏକ ଭିଡିଓ ସେୟାର୍ କରିଛନ୍ତି ଯେଉଁଥିରେ ଅଜ୍ଞାତରୁ ପ୍ରସିଦ୍ଧ ପାଲଟିଥିବା କୋକିଳକଣ୍ଠୀ ରାନୁ ମଣ୍ଡଳ ନିଜ ସୁରିଲା କଣ୍ଠରେ ଗୀତ ଗାଉଥିବା ନଜର ଆସୁଛନ୍ତି । “କେହ ରହି ନଜଦିକିୟାଁ” ଗୀତରେ ରାନୁଙ୍କ ସହ ହିମେଶ୍ , ଉଦିତ୍ ନାରାୟଣ ଏବଂ ପାୟଲ୍ ଦେବ୍ ମଧ୍ୟ ଗୀତ ଗାଉଥିବା ନଜର ଆସୁଛନ୍ତି । ତେବେ ରାନୁଙ୍କ ଗାଇଥିବା ପ୍ରଥମ ଗୀତ “ତେରୀ ମେରୀ କାହାନୀ” ରିଲିଜ୍ ହୋଇସାରିଲାଣି । ଏହି ଗୀତକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଇଛି । ବର୍ତ୍ତମାନ ରାନୁ ଏବଂ ଉଦିତ୍ ଙ୍କ ଯୁଗଳବନ୍ଦୀ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି ।