କନକ ବ୍ୟୁରୋ : କେନାଲ ଉପରେ ନିଜେ ତିଆରି କରିଥିବା କାଠ ପୋଲରେ ନିଜେ ଚାଲିଲେ ଆଉ ପ୍ରଶାସନକୁ ଦେଖାଇ ଦେଲେ ଏକତାର ବଳ କେତେ । ପ୍ରଶାସନ ଯଦି ସମସ୍ୟା ନବୁଝେ, ଅଭିଯୋଗ ନଶୁଣେ ତେବେ ଲୋକେ ଏକାଠି ହୁଅନ୍ତି, ଆଉ ନିଜ ସମସ୍ୟାର ଏମିତି ସମାଧାନ କରି ପ୍ରଶାସନକୁ ମୁହଁତୋଡ ଜବାବ୍ ଦିଅନ୍ତି । ଯାହା କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ରଣପୁର ଗାଁର ଯୋଜନାପଡ଼ା ଓ ଝାଙ୍କରପଡ଼ାବାସୀ ।

Advertisment

ରଣପୁର ଗାଁକୁ ଲାଗି ଇନ୍ଦ୍ରାବତୀ ମୁଖ୍ୟ କେନାଲ ଯାଇଛି । କେନାଲର ଗୋଟିଏ ପଟେ ଯୋଜନାପଡା ଥିବା ବେଳେ ଅନ୍ୟପଟେ ଝାଙ୍କରପଡା ରହିଛି । କେନାର ଗୋଟିଏ ପରେ ଜୀବନ ରହୁଥିବା ବେଳେ ଅନ୍ୟପଟେ ରହିଛି ଜୀବିକା । ତେଣୁ କେନାଲ ଉପରେ ପୋଲଟିଏ ତିଆରି କରିବା ପାଇଁ ପଡାବସୀ ଦାବି କରୁଥିଲେ । ହେଲେ ପ୍ରଶାସନ ସେମାନଙ୍କ ଅଭିଯୋଗ ଶୁଣିଲା ନାହିଁ । ତେଣୁ ଏହି କାଠ ପୋଲ ତିଆରି କରି ନିଜ ସମସ୍ୟାର ସମାଧାନ ବାଟ ଫିଟାଇଛନ୍ତି ଗ୍ରାମବାସୀ