କନକ ବ୍ୟୁରୋ: ମୁହାଁମୁହିଁ ହେଲେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । ନୟାଗଡ଼ ଜିଲ୍ଲା ରଣପୁର ନି ର୍ବାଚନୀ ମଣ୍ଡଳୀର କନ୍ଧନୟାଗଡ଼ ପଂଚାୟତରେ ପ୍ରକଳ୍ପ ଉଦଘାଟନକୁ ନେଇ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ମୁହାଁମୁହିଁ ହୋଇଛନ୍ତି । ଏପରିକି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଓ ତାଙ୍କ ସମର୍ଥକ କଳପତାକା ଦେଖାଇନ୍ତି । ବିଧାୟକ ସତ୍ୟନାରାୟଣ ପ୍ରଧାନ ଶୁକ୍ରବାର ଏକ ନୂତନ ଉପସ୍ୱାସ୍ଥ୍ୟକେନ୍ଦ୍ର ଗୃହକୁ ଉଦଘାଟନ କରିବାକୁ ଆସିଥିଲେ । ଏହି ସମୟରେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, କିଛି ୱାର୍ଡମେମ୍ବର ଓ ସମର୍ଥକ ତାଙ୍କୁ କଳାପତାକା ଦେଖାଇଥିଲେ । ଏହାସହ ଗୋ ବ୍ୟାକ୍ ନାରା ମଧ୍ୟ ଦେଇ