ରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ଦେଲା ନୂଆ ଦାୟିତ୍ୱ । ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ କଲେ ରାହୁଲ ଗାନ୍ଧି

Advertisment
ରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ଦେଲା ନୂଆ ଦାୟିତ୍ୱ । ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ କଲେ ରାହୁଲ ଗାନ୍ଧି

କନକ ବ୍ୟୁରୋ : ରାଜ୍ୟସଭା ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳଙ୍କୁ ନୂଆ ଦାୟିତ୍ୱ ଦେଇଛି ଦଳ । ଗୁରୁବାର ରଞ୍ଜୀବ ବିଶ୍ୱାଳଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ରଞ୍ଜୀବଙ୍କ ନାଁରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋହର ମାରିଛନ୍ତି ।

ଉପକୂଳ ଓଡିଶାର କଂଗ୍ରେସର ଏହି ହେଭିୱେଟ ନେତା ୨୦୧୪ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହାଛଡା ନିଜର ଦୃଢ ସଙ୍ଗଠନ ବଳରେ ଭାଇ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଜଗତସିଂହପୁର ଆସନରେ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରଞ୍ଜୀବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe