ରଣଜୀ ଟ୍ରଫି ଫାଇନାଲରେ ସର୍ଫରାଜଙ୍କ ଶତକ। ସିଦ୍ଧୁ ମୁସେୱାଲାଙ୍କୁ ଶ୍ରଦ୍ଧାଞ୍ଜଳୀ ।

188

କନକ ବ୍ୟୁରୋ : ରଣଜୀ ଟ୍ରଫି ଫାଇନାଲରେ ଶତକ ମାରିଛନ୍ତି ମୁମ୍ବାଇ ବ୍ୟାଟର ସର୍ଫରାଜ ଖାନ । ମଧ୍ୟକ୍ରମ ବ୍ୟାଟର ସର୍ଫରାଜ ୨୦୨୧-୨୨ ରଣଜୀ ସିଜିନର ଫାଇନାଲରେ ମଧ୍ୟପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ଶତକ ହାସଲ କରିଛନ୍ତି । ଏହି ସିଜିନରେ ଏହା ତାଙ୍କର ଚତୁର୍ଥ ଶତକ ଥିଲା । ତେବେ ଶତକ ପରେ ତାଙ୍କର ସେଲିବ୍ରେସନର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ସେଲିବ୍ରେସନ ସହ ସେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।


ବିସିସିଆଇର ଡୋମେଷ୍ଟିକ ଟ୍ୱିଟର ହାଣ୍ଡେଲରେ ଏହାକୁ ଟ୍ୱିଟ କରାଯାଇଛି । ୧୯୦ ବଲ ଖେଳି ସର୍ଫରାଜ ଶତକ ହାସଲ କରି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ରଣଜୀ ଟ୍ରଫିର ୮୭ ବର୍ଷର ଇତିହାସରେ ଦୁଇଟି ସିଜିନରେ ୯ ଶହରୁ ଅଧିକ ରନ କରିଥିବା ତୃତୀୟ ଖେଳାଳୀ ହୋଇଛନ୍ତି । ପୂର୍ବରୁ କେବଳ ୱାସିମ ଜାଫର ଏବଂ ଅଜୟ ଶର୍ମା ଏହି ତାଲିକାରେ ରହିଛନ୍ତି ।