କନକ ବ୍ୟୁରୋ: ସୌରାଷ୍ଟ୍ର ପୁଣି ଥରେ ରଣଜୀ ଟ୍ରଫି ଉପରେ ନିଜର କବଜ୍ଜା ଜମାଇଛି । ଦ୍ୱିତୀୟ ଥର ପାଇଁ ଦଳ ଏହି ସଫଳତା ହାସଲ କରିଛି । ୨୦୧୯-୨୦ ଦଳ ପ୍ରଥମ ଥର ଟ୍ରଫି ହାତେଇଥିବା ବେଳେ ପୁଣିଥରେ ଦଳ ମୁକୁଟ ହାତେଇଛି । ଫାଇନାଲରେ ଦଳ ବେଙ୍ଗଲକୁ ୯ ୱିକେଟରେ ପରାସ୍ତ କରିଥିଲା ।

Advertisment

ସୌରାଷ୍ଟ୍ରର ଜୟଦେବ ଉନାଦକତ ପ୍ଲେୟାର ଅଫ୍ ମ୍ୟାଚ ବିବେଚିତ ହୋଇଛନ୍ତି । ସେ ଏହି ମ୍ୟାଚରେ ୧୨୯ ରନ ଦେଇ ୯ଟି ସଫଳତା ହାସଲ କରିଥିଲେ । ସେହିଭଳି ଅର୍ପିତ ବସାବଡାଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ଘୋଷଣା କରାଯାଇଛି । ଚଳିତ ସିଜିନରେ ସେ ୯୦୭ ରନ କରି ଏହି ସଫଳତା ହାସଲ କରିଛନ୍ତି । ବିଜୟ ପାଇଁ ସୌରାଷ୍ଟ୍ର ଆଗରେ ୧୨ରନର ଲକ୍ଷ୍ୟ ରହିଥିବା ବେଳେ ଦଳ ମାତ୍ର ଗୋଟିଏ ୱିକେଟ ହରାଇ ହାସଲ କରିନେଇଛି ।