କନକ ବ୍ୟୁରୋ : ନୀତିଶ କୁମାରଙ୍କୁ ଚେତାବନୀ । ମୋ ସ୍ୱାମୀ ନେଗେଟିଭ ଅଛନ୍ତି ଯଦି ସେ ପଜିଟିଭ ହୁଅନ୍ତି ତେବେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ନିବାସରୁ ଆଣି ବିଚ୍ ରାସ୍ତାରେ ଯଦି ନ ଛିଡା କରିଛି ତେବେ ମୋ ନାଁ ରଞ୍ଜିତ ରଞ୍ଜନ ନୁହେଁ । ନୀତିଶଙ୍କୁ ଏଭଳି ଧମକ ଦେଇଥିବା ମହିଳା ଆଉ କେହି ନୁହଁନ୍ତି ବରଂ ଜନ ଅଧିକାର ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ପପୁ ଯାଦବଙ୍କ ପତ୍ନୀ ରଞ୍ଜିତ ରଞ୍ଜନ । ଏନେଇ ଟ୍ୱିଟ୍ କରି ନୀତିଶଙ୍କୁ ଚେତାବନୀ ଦେଇଛନ୍ତି ରଞ୍ଜିତ ।
नीतीश जी
पप्पू जी कोरोना निगेटिव हैं, अगर वह पॉजिटिव हुए तो आपको, इस साजिश में शामिल चार लोगों एवं एम्बुलेंस चोरों को CM आवास से निकाल बीच चौराहे पर नहीं खड़ा किया तो मेरा नाम रंजीत रंजन नहीं।
— Ranjeet Ranjan (@Ranjeet4India) May 12, 2021
କୋଭିଡ ଗାଇଡଲାଇନ ତଥା ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ମଙ୍ଗଳବାର ପପୁ ଯାଦବଙ୍କୁ ପୋଲିସ ଉଠାଇ ନେଇଥିଲା । ତେବେ ସନ୍ଧ୍ୟାରେ ୩୨ ବର୍ଷ ତଳର ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଥିଲା । ତେବେ ତାଙ୍କୁ କୌଣସି ମେଡିକାଲ ସୁବିଧା ଦିଆଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ରଞ୍ଜିତ । ଏନେଇ ନୀତିଶଙ୍କ ଉପରେ ବର୍ଷିଛନ୍ତି ପପୁଙ୍କ ପତ୍ନୀ । ତେବେ ପପୁଙ୍କ ଗିରଫକୁ ନେଇ ବିବାଦ ଆରମ୍ଭ ହୋଇଛି ଏପରିକି ନୀତିଶଙ୍କୁ ଏନେଇ ବିରୋଧର ସାମ୍ନା କରିବାକୁ ପଡିଛି । ତେବେ ରଞ୍ଜିତଙ୍କ ଏଭଳି ଚେତାବନୀ ପରେ ସରଗରମ ହୋଇଛି ବିହାର ରାଜନୀତି । ସ୍ୱାମୀ ପପୁଙ୍କ ଭଳି ରଞ୍ଜିତ ମଧ୍ୟ ପୂର୍ବରୁ ସାଂସଦ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/pappu-yadav_1487317108.jpeg)