କନକ ବ୍ୟୁରୋ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ ଦାସଙ୍କ ନାଁରେ ୨ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୂଚନାଧିକାର କର୍ମୀ । ଯାଜପୁର ଜିଲ୍ଲା ବିଛାଖଣ୍ଡି ପାହାଡରେ ୨ଶହ କୋଟି ଟଙ୍କାର ଲୁଟ ହୋଇଛି । ଯାହାର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ରାଜ୍ୟ ଭିଜିଲାନ୍ସ ଦାଖଲ କରିଛି । ଖଣି ଲୁଟରେ ସମ୍ପୃକ୍ତ ଥିବା ରଂଜନ ଦାସ ଏବେ ଶ୍ରୀମନ୍ଦିରରେ କିଭଳି ସ୍ୱଚ୍ଛତା ରଖିବେ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ ।
ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କ ବିରୋଧରେ ସୂଚନା ଅଧିକାର କର୍ମୀଙ୍କ ଦୁର୍ନୀତି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର । ଯାହା ବିରୋଧରେ ଦୁର୍ନୀତି ପ୍ରମାଣିତ ହୋଇଛି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/SJTA.jpg)