କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାର ମେଣ୍ଢା ଚରାଇ ପରିବାର ପୋଷୁଥିବା କଲେଜ ଛାତ୍ରୀ ସସ୍ମିତାଙ୍କୁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ଘରେ ବାପା ରୋଗଗ୍ରସ୍ତ, ପରିବାର ଚାଇବାକୁ ସଂଘର୍ଷ କରିବା ଭିତରେ ସେ ମେଣ୍ଢା ଚରାଉଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ । ତେଣୁ ସେ ଏପଟେ ପାଠପଢ଼ା, ସେପଟେ କଲେଜରୁ ଫେରି ମେଣ୍ଢା ଚରାଉଛନ୍ତି ।
ତେବେ ଏହି ଘଟଣା ରାନୀ ପଣ୍ଡାଙ୍କ ନଜରକୁ ଆସିବା ପରେ ସେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ଆଗକୁ ଶିକ୍ଷା ପାଇଁ ସମସ୍ତ ସହାୟତାର ହାତ ବଢାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ରାନୀ ପଣ୍ଡା । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସେମାଣା ଶାସନ ପଂଚାୟତ ପାଳସାହିର ସସ୍ମିତା ଏବେ ଯୁକ୍ତ ୩ରେ ପଢୁଛନ୍ତି । ତାଙ୍କର ପାଠ ପଢା ସରିବା ପରେ ତାଙ୍କୁ ଚାକିରୀ ଖଣ୍ଡିଏ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ରାନୀ ପଣ୍ଡା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/17-31.jpg)
/kanak/media/post_attachments/wp-content/uploads/2021/01/10-29.jpg)