କନକ ବ୍ୟୁରୋ : ଦୀର୍ଘ ଦିନ ପରେ ପୁଣି ସ୍କ୍ରିନକୁ ଫେରିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ , ଏବଂ ଦର୍ଶକଙ୍କୁ ଭେଟିଦେବେ ଏକ ସତ୍ୟ ସଂଘର୍ଷର କାହାଣୀ । ତେବେ ରିଲିଜ ହୋଇଛି ଅପକମିଙ୍ଗ ବଲିଉଡ଼ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ର ଟ୍ରେଲର ।

Advertisment

ଜଣେ ମାଆର ସଂଘର୍ଷ କାହାଣୀ  । ଏକ ପାରିବାରିକ କରୁଣ କାହାଣୀ । ନିଜ ପିଲାକୁ ନିଜ ପାଖରେ ରଖିବା ପାଇଁ କରିବାକୁ ପଡୁଛି ଯୁଦ୍ଧ । ଅଜଣା ଅପରିଚିତ ଏକ ସହରରେ ଯେବେ ମାଆ ଠୁ ନିଜ ପିଲାକୁ ଛଡ଼ାଇ ନିଆଯାଏ, ତାହା ପୁଣି ପିଲାକୁ ଭଲରେ ରଖିପାରୁ ନଥିବା ଅଭିଯୋଗରେ । ଏହାଠୁ କଷ୍ଟକର କ’ଣ ହୋଇପାରେ । ତେବେ ଏପରି ଦମଦାର ପାରିବାରିକ କାହାଣୀକୁ ନେଇ ପରଦାକୁ ଫେରିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ । ରିଲିଜ ହୋଇଛିି  ଅପକମିଂ ଫିଲ୍ମ ‘ମିସେସ ଚାର୍ଟାଜୀ ଭର୍ସେଲ ନରୱେ’ର ଟ୍ରେଲର । ଯାହାକୁ ଦର୍ଶକ ଖୁବ ପସନ୍ଦ  କରିଛନ୍ତି । । ରାଣୀଙ୍କ ନିଖୁଣ ଅଭିନୟ  ବ୍ୟତୀତ ଅର୍ଣ୍ଣିବାଣ ଭଟ୍ଟାଚାର୍ଯ୍ୟ ଓ ନୀନା ଗୁପ୍ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏକ ଛୋଟ ପରିବାର ଖୁସିରେ ନିଜର ଦୁଇ ପିଲାଙ୍କ ସହ ସମୟ ବିତାଉଥିବାବେଳେ ପରେ ଆରମ୍ଭ ହୋଇଛି ଜଣେ ମାଆର କଷ୍ଟ । ଗୋଟିଏ ଦେଶ ବିରୁଦ୍ଧରେ ଜଣେ ଭାରତୀୟ ମାଆର ଏକାକୀ ଲଢ଼େଇକୁ ଖୁବ ଜୀବନ୍ତ ଭାବେ ରାନୀ ମୁଖାର୍ଜୀ  ଅଭିନୟ କରିଛନ୍ତି  । ଫିଲ୍ମର ନିର୍ଦ୍ଦେଶନା ଭାର ଅସୀମା ଚିବର ସମ୍ଭାଳିଛନ୍ତି । ତେବେ ଆସନ୍ତା ମାର୍ଚ୍ଚ ୧୭ରେ ବଡ଼ ପରଦାକୁ ଆସିବ ମିସେସ ଚାର୍ଟାଜୀ ଭସେସ ନରୱେ ।