ବଲିଉଡର ଚୁଲବୁଲି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଝିଅ ‘ଆଦିରା’ର ଆଜି ପ୍ରଥମ ଜନ୍ମଦିନ । ଜନ୍ମଦିନକୁ ସ୍ପେଶାଲ ବନାଇବା ପାଇଁ ରାଣୀ ତାଙ୍କ ଝିଅର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ରାଣୀ ଆଦିରାର ଫଟୋ ସହ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି । ଚିଠିରେ ମାଆ ହେବା ପରେ ତାଙ୍କର ଯେଉଁ ପରିବର୍ତ୍ତନ ହୋଇଛି ସେ ବିଷୟରେ ଉଲ୍ଲେଖ କରିଛନ୍ତି । ତାଙ୍କ ପାଇଁ ଝିଅ ବହୁତ ଖାସ୍ ବୋଲି ଚିଠିରେ ରାଣୀ ଉଲ୍ଲେଖ କରିଛନ୍ତି ।
ଏହା ବ୍ୟତିତ ନିଜ ଝିଅର ପ୍ରଥମ ଜନ୍ମଦିନ ଖୁସିରେ ଆଦିତ୍ୟ ଚୋପ୍ରା ଆଜି ତାଙ୍କର ମୁଭି "ବେଫିକ୍ରେ'କୁ ରିଲିଜ କରିଛନ୍ତି । ରାଣୀ ମୁଖାର୍ଜୀ କହିଛନ୍ତି ମା ହେବା ଖୁସି ତାଙ୍କୁ ଏତେ ଆନନ୍ଦ ଦେଇଛି ଯେ ବର୍ତମାନ ସସେ ନିଜ ଝିଅ ପାଇଁ ବଂଚୁଥିବା କହିଛନ୍ତି ।
ମାଆ ହେବାର ଆନନ୍ଦ ସତରେ କିଛି ନିଆରା ଅନୁଭୂତି ମନରେ ଆଣିଥାଏ । ସେ ତାଙ୍କ ଝିଅକୁ କେମିତି ଭଲ ସଂସ୍କାର ଦେବେ ତା ନେଇ ସେ ସର୍ବଦା ଚେଷ୍ଟିତ ଅଛନ୍ତି । ରାଣୀ ମୁଖାର୍ଜୀଙ୍କ ଝିଅର ପ୍ରଥମ ଫଟୋ ଏବଂ ରାଣୀ ଲେଖିଥିବା ଚିଠିକୁ ୟଶ ରାଜ ଫିଲ୍ମସ ନିଜର ଅଫିସିଆଲ ଆକାଂଉଟରୁ ବି ସେୟାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/rani-mukherjee_1481259136.jpeg)