କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଗୋଟିଏ ଦିନ ବାକି ରହିଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ବରଗଡର ସହର । ଧନୁଯାତ୍ରାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଧନୁଯାତ୍ରାର ପ୍ରଚାର ପ୍ରସାର ପାଇଁ ଧନୁଯାତ୍ରା ପ୍ରଚାର କମିଟି ପକ୍ଷରୁ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ରଙ୍ଗୋଲି ଜରିଆରେ କୃଷ୍ଣ ଲୀଳା ପ୍ରଦର୍ଶନ କରାଯାଇଛି ।
ସ୍ଥାନୀୟ ପାର୍ବତୀଗିରି ମହାବିଦ୍ୟାଳୟ ସମ୍ମୁଖରେ ବରଗଡର ପ୍ରାୟ ୫୭ଟି ଅନୁଷ୍ଠାନ ପକ୍ଷରୁ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ କଳାକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ଧନୁଯାତ୍ରା ପ୍ରଚାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରାର ପ୍ରତିଟି ଦୃଶ୍ୟକୁ ଜୀବନ୍ତଭାବେ ରଙ୍ଗୋଲିରେ ଆଙ୍କିଛନ୍ତି କଳାକାର । ଏହାକୁ ଦେଖିବାକୁ ଦର୍ଶନକଙ୍କ ପ୍ରବଳ ଭିଡ ଲାଗିଥିଲା ।