କନକ ବ୍ୟୁରୋ: ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣା । ଏନେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ବନ ବିଭାଗ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଉଛି । ତୁରନ୍ତ ଆଇଜି, ଡିଆଇଜିଙ୍କ ସହ ଆଲୋଚନା ହୋଇଛି । ଫରେଷ୍ଟ ଗାର୍ଡ ଓ ଜଙ୍ଗଲ କର୍ମଚାରୀଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯାଉଛି । କ୍ଷତିପୂରଣ ରାଶି ୪ ଲକ୍ଷରୁ ୧୦ ଲକ୍ଷ ଯାଏ ବୃଦ୍ଧି କରାଯାଇଛି ।

Advertisment

ଜଙ୍ଗଲ ଭିତରେ ବନ୍ୟଜନ୍ତୁ ଶିକାର କରୁଥିବା ଅନୁପ୍ରବେଶକାରୀଙ୍କୁ ପ୍ରତିହତ କରିବାକୁ କାର୍ଯ୍ୟକ୍ରମ ଜାରି ରଖୁଛି ବିଭାଗ । ଯେଉଁମାନେ ଶିକାରୀଙ୍କ ସହ ଲଢ଼େଇ କରି ସହିଦ ହେଉଥିବା କର୍ମଚାରୀଙ୍କ ପ୍ରତି ଆମର ସମବେଦନା ରହିଛି । ଶିକାରୀଙ୍କ ପାଖରେ ଥିବା ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ କରିବାକୁ ପଦକ୍ଷେପ ନିଆଯାଉଛି ।

ତେବେ ମୟୁରଭଞ୍ଜ ଜିଲ୍ଲା ଉପର ବାର୍ହାକାମୁଡା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦା ଶିକାରି ଗୁଳିରେ ପ୍ରାଣ ହରାଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଶିକାରି ଏବଂ ବନକର୍ମଚାରୀ ଙ୍କ ମଧ୍ୟରେ ଗୁଳି ବିନିମୟ ହଇଥିଲା । ଆଉ ଏହି ସମୟରେ ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ଶରୀରରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କରଞ୍ଜିଆ ଡାକ୍ତରଖାନାରେ ଉତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଈ କିରଣ ଡି ଏନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ,କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏଇ ଘଟଣାକୁ ପୋଲିସ ଗୁରୁତର ସହିତ ନେଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଚଢ଼ାଉ ଆରମ୍ଭ କରିଛି । ନିକଟରେ ଶିମିଳିପାଳ ଅଭ୍ୟାୟରଣୟରେ ସମାନ ଘଟଣା ଘଟିଥିଲା । ଯେଉଁଠି ଶିକାରି ଗୁଳିରେ ଜଣେ ଫରେଷ୍ଟର ପ୍ରାଣ ହରାଇଥିଲେ । ଆଉ ଏବେ ସମାନ ଘଟଣାର ପୁନରାବୃତି ହୋଇଛି ।