ବଲାଙ୍ଗୀର ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି

138

କନକ ବ୍ୟୁରୋ : ଆଜି ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ରେଞ୍ଜରଙ୍କ ଟିଟିଲାଗଡ଼ସ୍ଥିତ ହାଟପଦା ପଡ଼ା ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଉଥିବାର ଖବର ମିଳିଛି । ଭିଜିଲାନ୍ସ ବିଭାଗର ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ର ଚାରିଟି ଟିମ୍ ରେଞ୍ଜର ପ୍ରଶାନ୍ତ କୁମାର ନାୟକଙ୍କ ମୁରିବାହାଲ ସ୍ଥିତ ରେଞ୍ଜ ଅଫିସ, ବେଳପଦର ନିକଟରେ ଥିବା ଫାର୍ମ ହାଉସ, ଓ ଟିଟିଲାଗଡ଼ ହାଟପଦା ପଡ଼ାସ୍ଥିତ ବାସଭବନ ଉପରେ ଚଢାଉ । ଟିମରେ ପ୍ରାୟ ୨୫ ଜଣ ଅଧିକାରୀ ସାମିଲ୍ ଥିବା ବେଳେ ଆଜି ସକାଳ ସାଢେ଼ ଛଅଟାରୁ ଚଢାଉ ଆରମ୍ଭ ହୋଇଛି ।

ରେଞ୍ଜର ଶ୍ରୀ ନାୟକ ମୁରିବାହାଲରେ ଯୋଗ ଦେବା ପୂର୍ବରୁ ବଙ୍ଗୋମୁଣ୍ଡା ରେଞ୍ଜରେ ଅବସ୍ଥାପିତ ଥିଲେ । ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାକୁ ନେଇ ଏହି ଚଢାଉ ଜାରି ରହିଥିବା ବେଳେ ଏଥିରେ ଅଭୟକାନ୍ତ ପାଠକଙ୍କ କୌଣସି ଲିଙ୍କ୍ ଥିବା ବିଷୟରେ ମଧ୍ୟ ବିଭାଗ ତଦନ୍ତ କରୁଥିବା ଜଣାଯାଇଛି ।