କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ହାଉସ ଛକ, ରେଞ୍ଜ ରୋଭର୍ ଦୁର୍ଘଟଣାରେ ଗୁରୁତର ଆହତ ଥିବା ଯୁବତୀ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ହୋଇଛି । ୩ ଦିନ ଧରି ହସ୍ପିଟାଲ ବେଡ୍ରେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଯୁବତୀ, ଶେଷରେ ଚିକିତ୍ସଧୀନ ଅବସ୍ଥାରେ ଆଖି ବୁଜି ଦେଇଛନ୍ତି । ଦୁର୍ଘଟଣା ଘଟାଇଥିବା ରେଞ୍ଜ ରେଭର୍ କାହାର ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦୁର୍ଘଟଣାରେ ଆହତ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏପଟେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଅବସରପ୍ରାପ୍ତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମହଙ୍ଗା ଗାଡ଼ି ଶେଷରେ ମଣିଷର ଜୀବନ ନେଇଯାଇଛି । ହସ୍ପିଟାଲ ବେଡରେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଯୁବତୀ, ଲୋପାମୁଦ୍ରା ସାହୁ, ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି ଦେଇଛନ୍ତି । ଭୁବନେଶ୍ୱର ପାୱାର ହାଉସ ଛକ, ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଲୋପାମୁଦ୍ରା । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା । କଟକରେ ଯୁବତୀଙ୍କ ବ୍ରେନଡେଡ୍ ହୋଇଥିବା ଘୋଷଣା କରିଥିଲେ ଡାକ୍ତର । ଶେଷରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।
ଦୁର୍ଘଟଣା ଘଟଣାଇଥିବା ରେଞ୍ଜ ରୋଭର କାହାର ଏବଂ କିଏ ଚଳାଉଥିଲେ ତାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଲୋପାମୁଦ୍ରାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯିବ, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି- ଦୁର୍ଘଟଣାଗ୍ରସ୍ତ ଗାଡିର ମାଲିକାନା ଝାରସୁଗୁଡାର ଏକ କଂପାନୀ ନାଁରେ ରହିଛି । ଏହି କଂପାନୀର ନିର୍ଦ୍ଦେଶକ ଅଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ସ୍ୱରାଜ ଭୋଇ । ତେବେ ଦୁର୍ଘଟଣା ବେଳେ ବିଶାଳ, ସ୍ୱରାଜ ଗାଡିରେ ଥିଲେ କି ନାହିଁ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଦୁର୍ଘଟଣା କେଉଁ ବର୍ଗରେ ଆସୁଛି, ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ ।
ରେଞ୍ଜ ରୋଭର୍ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଥିବା ଅବସରପ୍ରାପ୍ତ ସିଆରପିଏଫ୍ ଯବାନ କାହ୍ନୁଚରଣ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସଂକଟାପନ୍ନ ରହିଛି ।