କନକ ବ୍ୟୁରୋ : ଭାଙ୍ଗିବ ଯାଜପୁର ଧର୍ମଶାଳାର ବିବାଦୀୟ ରଙ୍ଗଶାଳା । ଭାଙ୍ଗିବା ପାଇଁ ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତି ଆରମ୍ଭ । ଘଟଣାସ୍ଥଳରେ ଯାଜପୁର ଏଡିଏମ, ଧର୍ମଶାଳା ତହସିିଲଦାରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ । ତେବେ ଏହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ସରପଂଚ ଓ ତାଙ୍କ ସମର୍ଥକ । ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ଏହି ରଙ୍ଗଶାଳାରୁ ଅକ୍ଟୋବର ୧୬ରେ ହରିଦାସପୁର ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା । ସ୍ମିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟବ୍ୟାପି ଆଲୋଡନ ସୃଷ୍ଟି ହୋଇଥିଲା । ତାରେ ମୃତ୍ୟୁ ପଛରେ ହରିଦାସପୁର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରାର ହାତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଯାଜପୁର ପୋଲିସ୍ । ରୂପେଶର ମାଲିକାନାରେ ଏହି ରଙ୍ଗଶାଳା ରହିଛି । ହେଲେ ଏହି ରଙ୍ଗଶାଳା ସରକାରୀ ଜମିରେ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ନିଷ୍ପତି ନେଇଛି ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/RANGA.jpg)