କନକ ବ୍ୟୁରୋ : ସୂର୍ଯ୍ୟମୁଖ୍ୟ ତେଲର କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୟୁକ୍ରେନ-ରୁଷ୍ ଯୁଦ୍ଧ ଯୋଗୁଁ ଖାଇବା ତେଲ ବିଶେଷ କରି ସୂର୍ଯ୍ୟମୁଖୀ ତେଲ ଦର ବଢ଼ିବାର ଆଶଙ୍କା ଭିତରେ କୁତ୍ରିମ ସଂକଟ ଓ କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏଥିସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀ ଓ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।

Advertisment

ଭାରତ ଖାଇବା ତେଲ ପାଇଁ ମୁଖ୍ୟତଃ ବାହାର ଦେଶ ଉପରେ ନିର୍ଭର କରିଥାଏ । ବିଶେଷ କରି ୟୁକ୍ରେନ ଓ ରୁଷ୍ ଉପରେ ସୂର୍ଯ୍ୟମୁଖୀ ତେଲ ପାଇଁ ନିର୍ଭର କରିଥାଏ । କିନ୍ତୁ ଏବେ ୟୁକ୍ରେନରେ ଯୁଦ୍ଧ ଲାଗି ରହିବା ପରେ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଯାହାର ସିଧାସଳଖ ପ୍ରଭାବ ଆମ ରାଜ୍ୟ ଉପରେ ପଡିଛି ଓ ତେଲ ଦର ୨୦ ରୁ ୨୫ଟଙ୍କା ବୃଦ୍ଧି ପାଇଛି । ଏବଂ ଆଗକୁ ଦର ବଢ଼ିବା ସହ କଳାବଜାରୀ ହେବାର ଆଶଙ୍କା ସୃଷ୍ଟି ହୋଇଛି ।