ଖୁଣ୍ଟୁଣିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିରୋଧ । ବଜାରରେ ପ୍ରଚାର କରୁଥିବାବେଳେ ବିରୋଧ କଲେ ଅସନ୍ତୁଷ୍ଟ କର୍ମୀ

ସେପଟେ କୋରାପୁଟରେ ପ୍ରଚାର କରିବାକୁ ଯାଇ ହଟହଟା ବିଧାୟକ । ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ରଘୁରାମ ପୋଡାଲ

128

କନକ ବ୍ୟୁରୋ : ପ୍ରଚାର କରିବାକୁ ଯାଇଥିବାବେଳେ ବିରୋଧର ସମ୍ମୁଖୀନ ହେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଖୁଣ୍ଟୁଣି ବଜାରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଖୋଲାଗାଡିରେ ଯାଇ ଶୋଭାଯାତ୍ରା କରିବା ସହ ପ୍ରଚାର କରୁଥିବାବେଳେ ବିରୋଧ କରିଛନ୍ତି ଅସନ୍ତୁଷ୍ଟ କର୍ମୀ । ସୂଚନାଅନୁସାରେ, ମନ୍ତ୍ରୀ ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । ପୋଲିସ ପହଁଚି ଅସନ୍ତୁଷ୍ଟ କର୍ମୀଙ୍କ ହଟାଇବା ପରେ ମନ୍ତ୍ରୀଙ୍କ ପ୍ରଚାର ଆଗକୁ ବଢ଼ିଥିଲା ।

ସେପଟେ, ପ୍ରଚାର ବେଳେ ହଟହଟା ହେଲେ ବିଧାୟକ । କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ଘେରିଲେ ଲୋକେ । ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କଲେ ସ୍ଥାନୀୟ ଲୋକେ । ଲମତାପୁଟ ବ୍ଲକ ବନମାଳୀପୁଟ ପଂଚାୟତ ଦେବଗନ୍ଧନା ଗାଁକୁ ପ୍ରଚାର ପାଇଁ ଯାଇଥିଲେ କୋରାପୁଟ ବିଧାୟକ ରଘୁରାମ ପଡାଲ । ଏହି ସମୟରେ ଲୋକେ ତାଙ୍କୁ ଘେରି ଯାଇଥିଲେ । ଗାଁର ବିକାଶ ପାଇଁ କ’ଣ କରିଛ ବୋଲି ପ୍ରଶ୍ନ କରିଥିଲେ । ଜଣେ ପରେ ଜଣେ ବିଧାୟକଙ୍କୁ ନାନା ପ୍ରଶ୍ନ ପଚାରିଥିଲେ ।