କିରୋସିନ ହିତାଧିକାରୀଙ୍କୁ ଝଟକା ! କେନ୍ଦ୍ର କମାଇଛି କିରୋସିନ କୋଟା । ମନ୍ତ୍ରୀ କହିଲେ, ଅଗଷ୍ଟରୁ ଅଢ଼େଇ ବଦଳରେ ମଳିବ ୨ ଲିଟର କିରୋସିନ

301

କନକ ବ୍ୟୁରୋ: ବଢ଼ିଲା କିରୋସିନ ହିତାଧିକାରୀଙ୍କ ସମସ୍ୟା  । ଆସନ୍ତା ଅଗଷ୍ଟ ମାସରୁ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ମିଳିବ ୨ ଲିଟର କିରୋସିନ । ତେବେ ଏନେଇ ବିଧାନସଭାର ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ଖାଦ୍ୟ ଯେଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି କି, ବର୍ତ୍ତମାନ ୩ କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁ ଅଢ଼େଇ ଲିଟର କିରୋସିନ ଦିଆଯାଉଛି । କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ହିତାଧିକାରୀଙ୍କୁ କମ୍ କିରୋସିନ ମିଳିବ ବୋଲି ବିଧାନସଭାର ପ୍ରଶ୍ନକାଳରେ ସୂଚନା ଦେଲେ ଖାଦ୍ୟଯୋଗାଣ ମନ୍ତ୍ରୀ

ସେପଟେ ରାଜ୍ୟର ୪ଟି ଜିଲ୍ଲାରେ ବିନା କାର୍ଡଧାରୀଙ୍କୁ ଅଣ ରିହାତି ଦରରେ ଏହି କିରୋସିନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ସମସ୍ତ ଜିଲ୍ଲାପାଳମାନଙ୍କୁ ଅଣ ରିହାତି କିରୋସିନ ଆବଶ୍ୟକତା ଜଣାଇବା ପାଇଁ ବିଭାଗ ତରଫର ଅନୁରୋଧ କରାଯାଇଛି । ଆଉ ଜିଲ୍ଲାପାଳଙ୍କ ତଥ୍ୟ ହସ୍ତଗତ ହେଲେ ଅଣ ରିହାତି କିରୋସନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିଭଳି କଟକ, ଖୋର୍ଦ୍ଧା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଅଣ ରିହାତି କିରୋସିନ୍ ଆଶ୍ୟକତା ନେଇ ତାଲିକା ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।