ଏଚ୩ଏନ୨ ବୃଦ୍ଧିକୁ ନେଇ ରଣଦୀପ ଗୁଲେରିଆ କରାଇଲେ ସତର୍କ। କହିଲେ, ସତର୍କ ନ ରହିଲେ ସୃଷ୍ଟି ହୋଇପାରେ କରୋନା ଭଳି ପରିସ୍ଥିତି ।

110

କନକ ବ୍ୟୁରୋ: ଦେଶରେ କରୋନା ଭାଇରସ ମାମଲା ହ୍ରାସ ପାଇଥିଲେ ବି ଏବେ ଏଚ୩ଏନ୨ ଇନଫ୍ଲ୍ୟୁଏଞ୍ଜା ଭୂତାଣୁ ବୃଦ୍ଧି ପାଇବା ଚିନ୍ତା ବଢ଼ାଇ ଦେଇଛି । ମାମଲା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏପରିକି କେନ୍ଦ୍ର ସରକାର ମଧ୍ୟ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ତେବେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନୂଆ ଭୂତାଣକୁ ନେଇ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ଯଦି ଏବେଠାରୁ ସମସ୍ତେ ସତର୍କ ନରହିବେ, ତେବେ ଇନଫ୍ଲ୍ୟୁଏଞ୍ଜା ଏ-ଟାଇପ୍ ଏଚ୩ଏନ୨ ଭାଇରସ କରୋନା ଭଳି ସ୍ଥିତି ସୃଷ୍ଟି କରିପାରେ । ନାଗପୁରରେ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସେସ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ବୟାନ ଦେଇଛନ୍ତି ଡକ୍ଟର ଗୁଲେରିଆ । ସେ କହିଛନ୍ତି, ଇନଫ୍ଲ୍ୟୁଏଞ୍ଜା ଲହର ପ୍ରତିବର୍ଷ ଆସିଥାଏ । କିନ୍ତୁ ଚଳିତ ବର୍ଷ ବିଭିନ୍ନ କାରଣରୁ ସଂକ୍ରମଣ ସଂଖ୍ୟା ବଢ଼ିଛି । ଆଉ ଇନଫ୍ଲ୍ୟୁଏଞ୍ଜା ପାଇଁ ପ୍ରତିବର୍ଷ ନୂଆ ଟିକା ଆସୁଛି । ତେଣୁ ଲୋକେ ତୁରନ୍ତ ଟିକାକରଣ ସହ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ଗୁଲେରିଆ ପରାମର୍ଶ ଦେଇଛନ୍ତି ।

‘ଏଚ୩ଏନ୨’: ସତର୍କ କଲେ ଗୁଲେରିଆ
– ଏଚ୩ଏନ୨କୁ ନେଇ ସତର୍କ କରାଇଲେ ଡକ୍ଟର ରଣଦୀପ ଗୁଲେରିଆ
– କୋଭିଡ୍ ଭଳି ସ୍ଥିତି ସୃଷ୍ଟି କରିପାରେ ଏଚ୩ଏନ୨ ଇନଫ୍ଲ୍ୟୁଏଞ୍ଜା
– ମାସ୍କ ପିନ୍ଧିବା ସହ ଭ୍ୟାକସିନ୍ ନେବାକୁ ପରାମର୍ଶ
– ଟିକା ନେବା ଦ୍ୱାରା ବ୍ୟକ୍ତିଙ୍କ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ
– ସଂକ୍ରମିତ ଆଶଙ୍କା ଥିଲେ ନିଜକୁ ଆଇସୋଲେସନରେ ରଖନ୍ତୁ
– କାଶ ଓ ଛିଙ୍କ ଦ୍ୱାରା ଏହି ସଂକ୍ରମଣ ବ୍ୟାପୁଛି
– ଭାଇରସ ବହୁବିଧ ରୋଗରେ ପୀଡ଼ିତ ବୟସ୍କଙ୍କୁ ସଂକ୍ରମିତ କରିଥାଏ
– ନିୟମିତ ହାତ ଧୋଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ