କନକ ବ୍ୟୁରୋ : ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ହେମନ୍ତଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି । ପ୍ରଥମେ ଇଡିକୁ ୫ ଦିନିଆ ରିମାଣ୍ଡ ମିଳିଥିବା ବେଳେ ପୁଣି ୫ ଦିନିଆ ରିମାଣ୍ଡ ଅବଧୀକୁ ଅନୁମତି ଦେଇଛନ୍ତି କୋର୍ଟ । ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ବୁଧବାର ଦିନ ଇଡି ହେମନ୍ତ ସୋରେନଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିଥିଲେ । କୋର୍ଟିରେ ଇଡି ଆଉ ୭ ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି ।

Advertisment

କୋର୍ଟକୁ ଇଡି ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ ହେମନ୍ତ ସୋରେନ ମଧ୍ୟ ତାଙ୍କର ବ୍ୟକ୍ତିଗତ ଅସୁବିଧା ଜଣାଇଥିଲେ । ହେମନ୍ତ କହିଥିଲେ କି ଇଡି କାର୍ଯ୍ୟାଳୟରେ ତାଙ୍କୁ ହଇରାଣ କରାଯାଉଛି । ତାଙ୍କୁ ସୂର୍ଯ୍ୟକିରଣ ଦେଖିବାର ସୁଯୋଗ ଦିଆଯାଉ ନାହିଁ, ବନ୍ଦ କୋଠରୀରେ ରହିବା ତାଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଏସବୁ କାରଣ ଦର୍ଶାଇ ଇଡିର ରିମାଣ୍ଡ ଆବେଦନକୁ ଖାରଜ କରିବା ପାଇଁ ହେମନ୍ତ ସୋରେନ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ।

ସେପଟେ ହେମନ୍ତ ସୋରେନ ଆଜି ସକାଳେ ଜେଲ ଭିତରେ ତାଙ୍କର ବିବାହ ବାର୍ଷିକ ପାଳନ କରିଛନ୍ତି । ଏହି ଅବସରରେ ସକାଳେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପାନ ସୋରେନ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ ।