ପୁଣିଥରେ ଚର୍ଚ୍ଚାକୁ ଆସିଲା ଚାରା ଘୋଟାଲା । କିନ୍ତୁ ଏଥର ମାମଲା ମାଲିସ୍ ରୁ ଆରମ୍ଭ ହୋଇଛି । ସେ ବି କୌଣସି ମଣିଷର ନୁହଁ ଷଣ୍ଢମାନଙ୍କ ମାଲିସ୍ , ହଁ ଆଜ୍ଞା ଷଣ୍ଢମାନଙ୍କ ମାଲିସ୍ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଷଣ୍ଢ ଶିଙ୍ଗର ମାଲିସ୍ ପାଇଁ ଷୋହଳ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି ବିହାର ସରକାର । ଏବେ ଆପଣ ବି ଜାଣିବାକୁ ଉତ୍ସୁକ ହୋଇଯିବେଣି ଯେ ଏମିତି କ’ଣ ହେଲା ବିହାର ସରକାର କ’ଣ ବାଉଳିହେଲେ ନା’ କ’ଣ?
ବିହାର ସରକାର ନିକଟରେ ଏନେଇ ଖୁଲାସା କରିଛନ୍ତି ଯେ କେବଳ ଷଣ୍ଢ ଶିଙ୍ଗକୁ ମାଲିସ୍ କରିବା ପାଇଁ ସରକାର ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । ୫ ବର୍ଷ ଅର୍ଥାତ୍ (୧୯୯୦-୯୧ ରୁ ୧୯୯୫-୯୬) ଭିତରେ ଷଣ୍ଢକୁ ମାଲିସ୍ କରିବା ପାଇଁ ୧୬ ଲକ୍ଷ ଟଙ୍କାର ସୋରିଷ ତେଲ କିଣାଯାଇଛି । ଏହି ଷଣ୍ଢ ମାଲିସ୍ ମାମଲାରେ ହିଁ ଲାଲୁ ପ୍ରସାଦ ଯାଦବ ଜେଲରେ ଦିନ କାଟୁଛନ୍ତି । ବିହାର ସରକାର ବିଧାନସଭାରେ ବିହାର ବିନିଯୋଗ ଅଧିକାର ବ୍ୟୟ ବିଧେୟକ ୨୦୧୯ ପ୍ରଦାନ କରିବା ସମୟରେ ଏହି କଥାର ଖୁଲାସା କରିଛନ୍ତି ।
କିଣାଯାଇଛି ୪୯,୯୫୦ ଲିଟର ସୋରିଷ ତେଲ : ଆକଳନକୁ ଦେଖିଲେ ଜଣାପଡୁଛି ଯେ ୧୯୯୦-୯୧ ରୁ ୧୯୯୫-୯୬ ପର୍ଯ୍ୟନ୍ତ ମୋଟ ୧୬ ଲକ୍ଷ ବ୍ୟୟରେ ୪୯,୯୫୦ ଲିଟର ସୋରିଷ ତେଲ କିଣାଯାଇଛି । ହୋଟବାର ଦୁଗ୍ଧ ଆପୂର୍ତ୍ତୀ ଡାଏରୀ ଫାର୍ମର ମହାପ୍ରବନ୍ଧକ ଡା. ଜେନୁଅଲ୍ ଭେଙ୍ଗରାଜ୍ ର ବରିଷ୍ଠ ଅଧିକାରୀ ଏବଂ ବରିଷ୍ଠ ନେତାଙ୍କ ଆପୋଷ ବୁଝାମଣାରେ ତେଲର ନକଲି ଚିଠା ମଧ୍ୟ ପ୍ରସ୍ତୁତ କରାଯାଇଛି । ଚାରା ଘୋଟାଲା ସମ୍ବନ୍ଧିତ ଏହି ଘୋଟାଲା ବିଷୟରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ବୁଧବାର ବିଧାନସଭାରେ ତଥ୍ୟ ପରିବେଶଣ କରିଛନ୍ତି । ସେ କହିଛନ୍ତି ଜନତାଙ୍କ ଆଖିରେ ଧୂଳି ଦେଇ ବିହାର ସରକାର ଲୋକଙ୍କ ଧନଜୀବନକୁ ଲୁଣ୍ଠନ କରିଛନ୍ତିି ଏବଂ ଅନ୍ୟ ଉପାୟରେ ଟଙ୍କା ଧୂଳିସାତ୍ କରି ନକଲି ବିଲ୍ ଉପସ୍ଥାପନ କରିଛନ୍ତି । ତେବେ ପଶୁପାଳନ ବିଭାଗ ଦ୍ୱାରା ଖର୍ଚ୍ଚ କରାଯାଇଥିବା ୬୫୮ କୋଟି ଟଙ୍କା ଉପରେ ବିଚାର କରାଯିବନାହିଁ କାରଣ ଚାରା ଘୋଟାଲାର ଏହି ମାମଲା ରାଞ୍ଚୀ ଏବଂ ପଟନାର ସିବିଆଇ କୋର୍ଟରେ ଲମ୍ବା ସମୟରୁ ପଡିରହିଛି । ଚାରା ଘୋଟାଲାରେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଅନୁସାରେ ଫାଇଲ୍ ରେ ଷଣ୍ଢମାନଙ୍କୁ ରାଞ୍ଚୀରୁ ଘାଘରା ପର୍ଯ୍ୟନ୍ତ ନେବାଆଣିବା କରିବା ପାଇଁ ସ୍କୁଟର ବ୍ୟବହାର ହେଉଥିଲା କିନ୍ତୁ କେଗ୍ ରେକର୍ଡ ଅନୁସାରେ ରାଞ୍ଚୀରୁ ଝିଙ୍କପାଣି ପର୍ଯ୍ୟନ୍ତ ୪ ଟି ଷଣ୍ଢକୁ ନେବା ପାଇଁ ବଡ ବଡ କାରର ବ୍ୟବହାର କରାଯାଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/LALU_00071.png)
/kanak/media/post_attachments/wp-content/uploads/2019/07/lalu-prasad-yadavs-quotes-2-300x201.jpg)
/kanak/media/post_attachments/wp-content/uploads/2019/07/Lalu_Timeline-kJ0E-621x414@LiveMint-300x200.jpg)