ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି । ଇସ୍ତଫା ଦେବେ ଚମ୍ପାଇ ସୋରେନ, ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ

668

କନକ ବ୍ୟୁରୋ : ପୁଣି ମୁଖ୍ୟମନ୍ତ୍ରୀ ଭାବେ ଝାଡଖଣ୍ଡବାସୀ ହେମନ୍ତ ସୋରେନଙ୍କୁ ଦେଖିବାକୁ ଯାଉଛନ୍ତି । ହେମନ୍ତ ସୋରେନ ଜେଲରୁ ଫେରିବା ପରେ ପୁଣି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ସେ ଗିରଫ ହେବା ପରେ ଚମ୍ପାଇ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ହେଲେ ଆଜି ରାଞ୍ଚୀରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ନିଷ୍ପତ୍ତି ହୋଇଛି  ।

ଆଜି ରାଞ୍ଚୀରେ ବସିଥିବା ବୈଠକରେ ବିଧାୟକ ଦଳ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ନାମ ଉପରେ ମୋହର ମାରିଛନ୍ତି । ଝାଡଖଣ୍ଡ ରାଜ୍ୟପାଳ ଆଜି ସନ୍ଧ୍ୟାରେ ରାଞ୍ଚୀରେ ପହଂଚିବେ । ଏହାପରେ ବର୍ତମାନର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବେ ବୋଲି ଜଣାପଡିଛି ।

ସେପଟେ ଆଗାମୀ ବିଧାନସଭା ନିର୍ବାଚନ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ଲଢିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ଚମ୍ପାଇ ସୋରେନଙ୍କୁ ଦଳ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ମିଳିପାରେ ବୋଲି ଆଲୋଚନା ହେଉଛି ।