କୁଆଡେ ଗଲେ ହେମନ୍ତ ସୋରେନ୍? ଦିଲ୍ଲୀ ସ୍ଥିତ ବାସଭବନରେ ଜଗି ବସିଛି ଇଡି ଓ ଦିଲ୍ଲୀ ପୋଲିସ । ଲୋକେସନ୍ ଟ୍ରେସ୍ କରାଯାଉଥିବା ସୂଚନା

କୁଆଡେ ଗଲେ ହେମନ୍ତ ସୋରେନ୍? ଦିଲ୍ଲୀ ସ୍ଥିତ ବାସଭବନରେ ଜଗି ବସିଛି ଇଡି ଓ ଦିଲ୍ଲୀ ପୋଲିସ । ଲୋକେସନ୍ ଟ୍ରେସ୍ କରାଯାଉଥିବା ସୂଚନା

କନକ ବ୍ୟୁରୋ: କୁଆଡେ ଗଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ସହ ଅର୍ଥ ହେରଫେର ମାମଲାରେ ତାଙ୍କୁ ପଚାରାଉଚୁରା କରିବାକୁ ସକାଳୁ ଉଭୟ ଉଡି ଅଧିକାରୀ ଓ ଦିଲ୍ଲୀ ପୋଲିସ ଜଗି ବସିଥିବାବେଳେ ସୋରେନ କିନ୍ତୁ ତାଙ୍କ ବାସଭବନରେ ନଥିବା ଜଣାପଡିଛି । ଫଳରେ ତାଙ୍କର ଲୋକେସନ୍ ଟ୍ରେସ୍ କରାଯାଉଥିବା ଜଣାପଡିଛି ।

ଅନ୍ୟପଟେ ରାଞ୍ଚିରେ ମେଳି ବାନ୍ଧିବାରେ ଲାଗିଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ତଥା ସମର୍ଥକ । ରାଞ୍ଚିରେ ଝାଡ଼ଖଣ୍ଡର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜେଏମଏମ କର୍ମୀମାନେ ମୋରହାବାଡି ମଇଦାନରେ ଏକାଠି ହେଉଛନ୍ତି। ସୂଚନା ଅନୁଯାୟୀ, ଏହି ସମସ୍ତ କର୍ମୀଙ୍କ ଗୋଟିଏ ଉଦ୍ଦେଶ୍ୟ, ଯଦି ହେମନ୍ତ ସୋରେନଙ୍କୁ ଗିରଫ କରାଯାଏ, ତେବେ ସେମାନେ ଏହି ଗିରଫଦାରୀ ବିରୋଧରେ ଆକ୍ରୋଶ ଶୋଭାଯାତ୍ରାରେ ସାମିଲ ହେବେ । ଏହି କାରଣରୁ ରାଞ୍ଚିରେ ହଠାତ୍ ରାଜନୈତିକ ହଇଚଇ ସହ ଆଇନ ଶୃଙ୍ଖଳାକୁ ନେଇ ମଧ୍ୟ ସତର୍କତା ବୃଦ୍ଧି ପାଇଛି। ରାଞ୍ଚିର ମୋରହାବାଡି ମଇଦାନରୁ ରାଜଭବନରେ ପହଞ୍ଚିବେ ଜେଏମଏମ କର୍ମୀ । ସମସ୍ତେ ଅଭିଯୋଗ କରିଛନ୍ତି ଯେ ,ଇଡି ଜାଣିଶୁଣି ହେମନ୍ତ ସୋରେନଙ୍କୁ ହଇରାଣ କରୁଛି। ତେବେ ରାଞ୍ଚିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବ୍ୟତୀତ ଅନ୍ୟ ଭିଭିଆଇପି ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe