ଓଡିଆ ଯୁବକଙ୍କୁ ନେଇ ବଲିଉଡରେ ଚର୍ଚ୍ଚା : କମାଲ କରିବ ‘ରାଂଚି ଡାଏରୀ’

Advertisment
ଓଡିଆ ଯୁବକଙ୍କୁ ନେଇ ବଲିଉଡରେ ଚର୍ଚ୍ଚା : କମାଲ କରିବ ‘ରାଂଚି ଡାଏରୀ’

source : google .com

ପୁଣି ଚର୍ଚ୍ଚାରେ ଓଡିଆ ଟୋକା । ଜାତୀୟସ୍ତରରେ ଓଡିଶାର ଗୌରବ ବଢାଇଛନ୍ତି ସାତ୍ୱିକ ମହାନ୍ତି । ବଲିଉଡରେ ଏବେ ସମସ୍ତଙ୍କ ମୁହଁରେ ସାତ୍ୱିକଙ୍କ ନାଁ । ତାଙ୍କ ନିର୍ମିତ ନିଆରା ହିନ୍ଦି ଚଳଚ୍ଚିତ୍ର ‘ରାଞ୍ଚି ଡାଏରୀ’ ପାଇଁ ସେ ଆସିଛନ୍ତି ଚର୍ଚ୍ଚାକୁ। ପ୍ରସିଦ୍ଧ ଅଭିନେତା ଅନୁପମ ଖେରଙ୍କ ଦ୍ଵାରା ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଯୁବକ ସାତ୍ୱିକ ମହାନ୍ତି। ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରିଛନ୍ତି ହିମାଂଶୁ କୋହଲୀ, ସୌନ୍ଦର୍ୟ୍ୟା ଶର୍ମା, ଅନୁପମ ଖେର ଓ ଜିମ୍ମି ଶେରଗିଲ।

କିନ୍ତୁ କାହାଣୀ ଲେଖା ପ୍ରତି ଥିବା ଦୁର୍ବଳତା, ସାତ୍ୱିକଙ୍କୁ ଟାଣି ଆଣିଲା ଫିଲ୍ମ ଦୁନିଆକୁ। ନିଜ ଆନିମେସନ୍ ଶିକ୍ଷାକୁ ସେ କାହାଣୀରେ ପ୍ରୟୋଗ କରି ଆରମ୍ଭ କଲେ ନିଜର ଫିଲ୍ମ କ୍ୟାରିୟର । ଶେଷରେ ପରଦାକୁ ଆସିଲା ‘ରାଞ୍ଚି ଡାଏରୀ’। ଏହା ହେଉଛି ତାଙ୍କ ଲିଖିତ ଓ ନିର୍ଦ୍ଦେଶିତ ପ୍ରଥମ ବଲିଉଡ଼ ଫିଲ୍ମ। ଦେଢ ଘଣ୍ଟା ବ୍ୟବଧାନର ଏହି ଫିଲ୍ମ ବଳିଷ୍ଠ କାହାଣୀ ଉପରେ ଆଧାରିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe