କନକ ବ୍ୟୁରୋ : ଅଷ୍ଟ୍ରେଲିଆକୁ ଟପିଲା ଭାରତ । ରାଂଚିରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଚତୁର୍ଥ ଦିନରେ ଚା ପାନ ବିରତି ପରେ ଭାରତର ସ୍କୋର ୪୭୦ଟପିଛି । ଭାରତ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୧୭୨ରନ୍ ପୂରଣ କରିଛନ୍ତି । ସେ ୩୯୧ଟି ବଲ୍ରେ ୧୫୦ରନ୍ ପୂର୍ଣ୍ଣ କରିଥିଲେ ।
ରିଦ୍ଧିମାନ ଶାହା ବି ନିଜର ୬୯ରନ୍ କରି ଅପରାଜିତ ଅଛନ୍ତି । ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସମସ୍ତ ୱିକେଟ୍ ହରାଇ ୪୫୧ରନ୍ କରିଥିଲା । ଅଷ୍ଟ୍ରେଲିଆର ସ୍ମିଥ୍ ସର୍ବାଧିକ ୧୭୮ ରନ୍ କରିଥିଲେ ।