‘ଆନିମଲ’ରେ ନଜର ଆସିବେ ପରିଣୀତିଙ୍କ ସହ ରଣବୀର । ରଣବୀରଙ୍କ ହାତରେ ଏକାଧିକ ଫିଲ୍ମ

77

କନକ ବ୍ୟୁରୋ: ଆଗକୁ ପରଦାରେ ନଜର ଆସିବ ପରିଣିତି ଚୋପ୍ରା ଓ ରଣବୀର କପୁରଙ୍କ ଯୋଡି । ନିର୍ଦ୍ଦେଶକ ସନ୍ଦିପ ରେଡ୍ଡି ବଙ୍ଗାଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ ଆନିମଲ’ରେ ଏହି ଦୁହିଁଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏହି ମୁଭି ଭୂଷଣ କୁମାରଙ୍କ ଟ- ସିରିଜ୍ ଫିଲ୍ମସ୍ ଦ୍ୱାରା ନିର୍ମିତ ହେଉଛି । ଫିଲ୍ମ ‘କବୀର ସିଂହ’ ପରେ ଟି- ସିରିଜ ସହିତ ସନ୍ଦିପଙ୍କ ସହ ଏହା ଦ୍ୱିତୀୟ ଫିଲ୍ମ ହେବ । ଫିଲ୍ମର ସୁଟିଂ ୨୦୨୨ ଏପ୍ରିଲରୁ ଆରମ୍ଭ ହେବ । ୬ ମାସ ମଧ୍ୟରେ ଏହାର ସୁଟିଂ ଶେଷ ହୋଇ ରିଲିଜ୍ ହେବ ବୋଲି ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଫିଲ୍ମର ପୋଷ୍ଟ ପ୍ରମୋସନ କାମ ସରିବା ପରେ ୨୦୨୩ରେ ଏହା ମୁକ୍ତି ଲାଭ କରିବ ।

 

ମୁଭି ‘ଆନିମଲ’ ଏକ ଗ୍ୟାଙ୍ଗଷ୍ଟର ଡ୍ରାମା । ବାପା ପୁଅଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଆଧାରିତ ହୋଇଛି ଏହି ଫିଲ୍ମ । ଏଥିରେ ପରିଣୀତି ଓ ରଣବୀରଙ୍କ ବ୍ୟତୀତ ଅନିଲ କପୁର ଓ ସନି ଦେଓଲଙ୍କୁ ମଧ୍ୟ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହି ଫିଲ୍ମ ପୂର୍ବରୁ ରଣବୀରଙ୍କ ଅଭିନୀତ ‘ସମଶେରା’ ଫିଲ୍ମ ରିଲିଜ୍ ହେବ । ଏହାସହ ରଣବୀର ଆୟାନ ମୁଖାର୍ଜୀଙ୍କ ‘ ବ୍ରହ୍ମାସ୍ତ୍ର’ ରେ ମଧ୍ୟ ବାନ୍ଧବୀ ଆଲିଆ ଭଟ୍ଟଙ୍କ ସହ ନଜର ଆସିବେ ।