୧୦ବର୍ଷ ପରେ ପୁଣି ଥରେ ରୋମାନ୍ସ କରିବେ ‘ସାୱରିୟା’ ଯୋଡି । ନିର୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ସିନେମାରେ ଏକାଠି ହେବେ ରଣବୀର ଓ ସୋନମ । ସିନେମାଟି ସଂଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ । ଆଉ ସିନେମାରେ ପୁଣି ଥରେ ଏହି ରୋମାଂଟିକ୍ ଯୋଡିର ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ । ଯଦିଓ ଉଭୟଙ୍କର ପ୍ରଥମ ସିନେମା ବକ୍ସ ଅଫିସରେ କିଛି ଖାସ୍ ସଫଳ ହୋଇ ନଥିଲା କିନ୍ତୁ ଏହି ରୋମାଟଂକ୍ ଯୋଡିକୁ ଦର୍ଶକ ପସନ୍ଦ କରିଥିଲେ ।
ସୋନମଙ୍କ ରୋଲ୍ ପାଇଁ ପ୍ରଥମେ ଦୀପିକା ପାଦୁକୋନ୍, କଙ୍ଗନା ରଣାୱତ୍ ଓ କ୍ୟାଟ୍ରିନାଙ୍କ ନାଁ ଶୁଣା ଯାଉଥିଲା । କିନ୍ତୁ ଏ ସମସ୍ତଙ୍କୁ ପଛରେ ପକାଇ ସୋନାମଙ୍କ ନାଁରେ ମୋହର ମାରିଥିଲେ ନିର୍ଦେଶକ । କୁହାଯାଉଛି କି ଏହି ବାୟୋପିକ୍ ପାଇଁ ରଣବୀର ତିନୋଟି ଲୁକରେ ନଜର ଆସିବେ । ସେଥିପାଇଁ ସଞ୍ଜୟଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ରଣବୀରଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/b_id_424087_ranbir_kapoor.jpg)