କନକ ବ୍ୟୁରୋ : ବ୍ରହ୍ମାସ୍ତ୍ରର ସଫଳତା ପରେ ଏବେ ରଣବୀର କପୁର ନିଜର ଆଗାମୀ ପ୍ରୋଜେକ୍ଟ ଗୁଡିକ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରୁଛନ୍ତି । ବଲିଉଡର ଫ୍ଲପ୍ ଫିଲ୍ମ ଟ୍ରେଣ୍ଡ ଭିତରେ ବ୍ରହ୍ମାସ୍ତ୍ର ସୁପରହିଟ୍ ସାବ୍ୟସ୍ତ ହୋଇଛି । ଆଉ ଏସବୁ ଭିତରେ ଗତ ସପ୍ତାହରେ ଏକ ଫିଲ୍ମ ଫେଷ୍ଟିଭାଲରେ ସାଉଦି ଆରବ ଗସ୍ତରେ ଯାଇଥିଲେ ରଣବୀର । ଯେଉଁଠି ପାକିସ୍ତାନୀ ଫିଲ୍ମ କରିବାକୁ ସେ ପ୍ରସ୍ତୁତ ଥିବା କଥା କହିଛନ୍ତି ।

Advertisment

ଏହି ଫିଲ୍ମ ଫେଷ୍ଟିଭାଲରେ ଜଣେ ପାକିସ୍ତାନୀ ଫିଲ୍ମମେକର ରଣବୀରଙ୍କୁ ପ୍ରଶ୍ନ କରିଥିଲେ, ଯଦି କୌଣସି ପାକିସ୍ତାନ ପ୍ରଡକ୍ସନ ହାଉସ ଫିଲ୍ମ ତିଆରି କରେ ଏବଂ ସାଉଦି ଆରବ ଭଳି କୌଣସି ତୃତୀୟ ଦେଶରେ ଏହାର ସୁଟିଂ ସେଟ୍ ହୋଇଥାଏ । ତେବେ ରଣବୀର ଏହି ଫିଲ୍ମ କରିବାକୁ ଚାହିଁବେ କି? ଏହାର ଉତ୍ତରରେ ରଣବୀର କହିଥିଲେ, ନିଶ୍ଚୟ ଏହି ଫିଲ୍ମ କରିବି । କାରଣ କଳାକାର କୌଣସି ସୀମା ଭିତରେ ବାନ୍ଧି ହୋଇ ରହିପାରେନା । ଖାସକରି ଅଭିନୟ ଜଗତ ସହ ଜଡିତ ଥିବା କଳାକାର । ମୁଁ ଦ ଲିଜେଣ୍ଡ ଅଫ୍ ମୌଲା ଜଟ୍ଟ ଭଳି ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରିବି ।

୨୦୨୨ ରଣବୀରଙ୍କ ପାଇଁ ବେଶ ଶୁଭ ସାବ୍ୟସ୍ତ ହୋଇଛି । ୨୦୨୨ରେ ଶମଶେରା ଫ୍ଲପ୍ ହୋଇଥିଲା ସତ କିନ୍ତୁ ବ୍ରହ୍ମାସ୍ତ୍ର ଭଳି ସୁପରହିଟ୍ ଫିଲ୍ମ ଏହାର ଭରଣା କରିବାକୁ ଯଥେଷ୍ଟ ଥିଲା । ବ୍ରହ୍ମାସ୍ତ୍ର ଫିଲ୍ମ ଜରିଆରେ ୨୦୨୨ରେ ବଲିଉଡରେ ସବୁଠୁ ସଫଳ ନାୟକ ସାବ୍ୟସ୍ତ ହୋଇଥିଲେ ରଣବୀର । ରଣବୀର ନିଜର ଆଗାମୀ ଫିଲ୍ମ ଲଭ୍ ରଞ୍ଜନରେ ଶ୍ରଦ୍ଧାଙ୍କ ସହ ନଜର ଆସିବେ । ଏହାପରେ ଆନିମଲ ଫିଲ୍ମରେ ରଣବୀରଙ୍କୁ ଦେଖିବାକୁ ମିଳିବ ।