କନକ ବ୍ୟୁରୋ : ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ । ରଣବୀରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । କାରଣ ମହାଦେବ ଗେମିଙ୍ଗ ବେଟିଂ ମାମଲାରେ ରଣବୀର କପୁରଙ୍କୁ ଏହି ସମନ ଜାରି କରିଛି ଇଡି । ଆସନ୍ତା ୬ ଅକ୍ଟୋବରରେ ଇଡି ଅଫିସରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ ଜାରି କରାଯାଇଛି । କେବଳ ରଣବୀର କପୁର ନୁହନ୍ତି ବରଂ ଏହି ତାଲିକାରେ ୧୫ରୁ ୨୦ ଜଣ ସେଲିବ୍ରିଟି ରହିଛନ୍ତି, ଯେଉଁମାନେ ଇଡି ରାଡାରରେ ରହିଛନ୍ତି । ଏହି ତାଲିକାରେ ଅତିଫ ଅସଲମ, ରାହତ ଫତେହ ଅଲ୍ଲୀ ଖାନ୍, ଅଲ୍ଲୀ ଅଜଗର, ବିଶାଳ ଦଦଲାନୀ, ଟାଇଗର ଶ୍ରଫ୍. ଭାରତୀ ସିଂ, ଏଲ୍ଲୀ ଆବ୍ରାହମ, ସନ୍ନି ଲିଓନ, ଭାଗ୍ୟଶ୍ରୀ, ପୁଲକିତ ସମ୍ରାଟ, କୀର୍ତ୍ତି ଖରବନ୍ଦା, ନୁସରତ୍, କୃଷ୍ଣା ଅଭିଷେକଙ୍କ ନାଁ ମଧ୍ୟ ରହିଛି ।
ମହାଦେବ ଗେମିଙ୍ଗ ବେଟିଂ ଏକ ଅନଲାଇନ୍ ବେଟିଂ ପ୍ଲାଟଫର୍ମ । ଏହି ଆପର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କର ବିବାହ ଗତ ଫେବ୍ରୁଆରୀରେ ୟୁଏଇରେ ହୋଇଥିଲା । ବିବାହରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ହାଇପ୍ରୋଫାଇଲ ବିବାହର ଏବେ ଖୋଳତାଡ କରୁଛି ଭାରତୀୟ ତଦନ୍ତକାରୀ ଏଜେନ୍ସି । ତେଣୁ ଏହି ବିବାହରେ ସାମିଲ ହୋଇଥିବା ସେଲିବ୍ରିଟି ଏବେ ଇଡି ରାଡାରରେ ରହିଛନ୍ତି । ସୌରଭ ଚନ୍ଦ୍ରାକର ନିଜ ବିବାହରେ ଅତିଥିଙ୍କୁ ନାଗପୁରରୁ ୟୁଏଇ ନେବାକୁ ପ୍ରାଇଭେଟ ଜେଟର ବ୍ୟବସ୍ଥା କରିଥିଲେ । ସେହିଭଳି ବିବାହର ସମସ୍ତ କାମ କରୁଥିବା ସଂସ୍ଥାକୁ ନଗଦ ଆକାରରେ ସମସ୍ତ ଟଙ୍କା ଦିଆଯାଇଥିଲା । ଏହି ବେଟିଂ ଆପର ବାର୍ଷିକ ଆୟ ୨୦୦୦୦ କୋଟି ବୋଲି ଜାଣିବାକୁ ମିଳିଛି । ଏହି ଆପ୍ ଜରିଆରେ ହୋଇଥିବା ବେଟିଂରେ ଛତିଶଗଡର କିଛି ପୋଲିସ ଅଫିସର, ରାଜନେତା ଓ ତାଙ୍କର ସହଯୋଗୀ ସାମିଲ ଅଛନ୍ତି । ଯେଉଁଥିପାଇଁ ଇଡି ଏହାକୁ ଅତି ଗମ୍ଭୀରତାର ସହ ଯାଞ୍ଚ ଆରମ୍ଭ କରିଛି ।
ଭାରତରେ ଯେତେବେଳେ ବେଟିଂ ୱେବସାଇଟର ପ୍ରମୋସନ ହୋଇଥାଏ ତାହାର ବିଜ୍ଞାପନ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ । ଲୋକଙ୍କୁ ଆକୃଷ୍ଟ କରିବାକୁ ସେଲିବ୍ରିଟିଙ୍କ ଦ୍ୱାରା ବିଜ୍ଞାପନ କରାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/ranbir_63fc75feb6b1e.jpg)