ଚକଲେଟ୍ ବୟ ରଣବୀର୍ କପୁର୍ ସର୍ବଦା ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚିତ । ଦୀପିକାଙ୍କଠାରୁ ନେଇ କ୍ୟାଟ୍ରିନା , ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା । ତେବେ କିଛି ଦିନ ତଳେ ଖବର ଆସିଥିଲା ଯେ ରଣବୀର୍ ନିଜ ବାପା ମା’ଙ୍କ ପସନ୍ଦରେ ବିବାହ କରିବେ । ଆଉ ଏଥିପାଇଁ ମା’ ନିତୁ ସିଂ ଝିଅ ଦେଖିବା ଆରମ୍ଭ କରିସାରିଛନ୍ତି । କିନ୍ତୁ ଏହାକୁ ମିଛ ବୋଲି ପ୍ରମାଣିତ କରିଛି ନିକଟରେ ସାମ୍ନାକୁ ଆସିଥିବା ଏକ ଖବର ।
କାରଣ ରଣବୀରଙ୍କ ଜୀବନରେ ଏଂଟ୍ରି କରିସାରିଛନ୍ତି ଆଉ ଜଣେ ପ୍ରେମିକା । ତେବେ ରଣବୀରଙ୍କର ଏହି ନୂଆ ପ୍ରେମିକାଙ୍କର ସିନେମା ଦୂନିଆ ସହ କୌଣସି ସଂପର୍କ ନାହିଁ । ରଣବୀର୍ ସହ ପ୍ରାୟ ସବୁସ୍ଥାନରେ ଉକ୍ତ ଯୁବତୀଙ୍କୁ ସାଥିରେ ଧରି ବୁଲୁଛନ୍ତି । ଏପରିକି ଜଗା ଜାସୁସର ପ୍ରମୋସନ ବେଳେ ମଧ୍ୟ ଉଭୟଙ୍କୁ ସାଥିରେ ଦେଖିବାକୁ ମିଳିଥିଲା ।
ସେପଟେ ରଣବୀର୍ଙ୍କ ଏହି ପ୍ରେମ ସଂପର୍କକୁ ନେଇ ସହିପାରୁ ନାହାଁନ୍ତି କ୍ୟାଟ୍ରିିନା । ହେଲେ ନିଜ ତରଫରୁ ବ୍ରେକ୍ ଅପ୍ କରିଥିବାରୁ ଚୁପ୍ ରହିବା ଛଡା କିଛି କରିପାରୁ ନାହାଁନ୍ତି । ତେବେ ଏପର୍ଯ୍ୟନ୍ତ ଏହି ରହସ୍ୟମୟୀ ଯୁବତୀଙ୍କ ନାଁ ଏବଂ ପରିଚୟ ଜଣାପଡିନାର୍ହି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/ranbir-kapoor.jpg)