ବଲିଉଡ୍ ଅଭିନେତା ରଣବୀର କପୁର ନିଜର ପ୍ରୋଫେସନାଲ ଲାଇଫଠାରୁ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏଇ କିଛି ଦିନ ହେବ ତାଙ୍କ ନାମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ଯୋଡ଼ା ଯାଉଛି। ଅୟାନ୍ ମୁଖାର୍ଜୀଙ୍କ ସିନେମା ‘ବ୍ରହ୍ମାସ୍ତ୍ର’ରେ ଆଲିୟା ଓ ରଣବୀରଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିଥିଲା। ସିନେମା ବ୍ୟତୀତ ଦୁହିଁଙ୍କୁ ଅନେକ ସମୟରେ ଏକାଠି ବୁଲିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ୍ ହୋଇଛି। ‘ବ୍ରହ୍ମାସ୍ତ୍ର’ ସିନେମାରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଓ ଟିଭି ଅଭିନେତ୍ରୀ ମୌନି ରାୟ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।publive-imageନିକଟରେ ରଣବୀର ଦେଇଥିବା ଏକ ସାକ୍ଷାତକାରରେ ଇସାରା କରି ଆଲିଆ ଭଟ୍ଟ ସହିତ ତାଙ୍କ ସମ୍ପର୍କ ଅଛି ବୋଲି ସ୍ୱୀକାର କରିଥିଲେ। ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି କ’ଣ ଆପଣ ଆଲିଆ ଭଟ୍ଟଙ୍କୁ ଡେଟିଂ କରୁଛନ୍ତି? ରଣବୀର ଏହାର ଉତ୍ତରରେ କହିଥିଲେ, ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ, ମୁଁ ଏହି ବିଷୟରେ କିଛି ଆଲୋଚନା କରିବାକୁ ଚାହୁଁନାହିଁ। ଏହି ସମ୍ପର୍କ ବିଷୟରେ କିଛି କାହିବା ପାଇଁ ମୋତେ ଆଉ କିଛି ସମୟ ଦରକାର।

Advertisment

ଏହି ସାକ୍ଷାତକାର ପୂର୍ବରୁ ରଣବୀର ଆଉ ଏକ ଇଣ୍ଟରଭ୍ୟୁରେ ଆଲିଆ ଓ ତାଙ୍କ ସମ୍ପର୍କକୁ ନେଇ କହିଥିଲେ, ହଁ ମୁଁ ଏକ ପୁଅ ହିସାବରେ ଆଲିଆଙ୍କ ସହିତ ମୋର ସମ୍ପର୍କ ଅଛି। ସେହିପରି ଆଲିଆ ମଧ୍ୟ ରଣବୀରଙ୍କୁ ସ୍ନେହ କରନ୍ତି ବୋଲି ପୂର୍ବରୁ କହିସାରିଛନ୍ତି।