କନକ ବ୍ୟୁରୋ : ବଲିଉଡର ସବୁଠୁ ଚର୍ଚ୍ଚିତ ଖବର ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାଘର । ଦୁହେଁ ଚଳିତ ମାସ କେଉଁ ତାରିଖରେ ବିବାହ କରିବେ ସେ ନେଇ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି । ସେଭଳି ବାହାଘର କେଉଁଠାରେ ହେବ, ତାକୁ ନେଇ ମଧ୍ୟ ଏବେ ଯାଏଁ ସ୍ପେନ୍ସ ଜାରି ରହିଛି । ନିକଟରେ ଆଲିଆଙ୍କ ଭାଇ ରାହୁଲ ଭଟ୍ଟ, ବିବାହକୁ ନେଇ କିଛି ସୂଚନା ଦେଇଛନ୍ତି ।

Advertisment

ଅନେକ ବିବାହ ପାଲି ହିଲ୍ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ହେବ ବୋଲି କହୁଥିବା ବେଳେ ଆଉ କିଛି ଚେମ୍ବୁରସ୍ଥିତ ଆରକେ ହାଉସରେ ହେବ ବୋଲିସ କହୁଛନ୍ତି । କିନ୍ତୁ ମୁମ୍ବାଇସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ହେବ ବୋଲି ରାହୁଲ ନିକଟରେ ଗଣମାଧ୍ୟମରେ ଦେଇଥିବା ସୂଚନାରେ କହିଛନ୍ତି । ସେ ଆହୁରି ମଧ୍ୟରେ ବିବାହ ଏପ୍ରିଲ ୨୦ରେ ହେବ । ଉଭୟଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ମିଡିଆ କର୍ମୀଙ୍କ ଡ୍ରୋନ୍ କ୍ୟାମେରା ବାସ୍ତୁ ଆପାର୍ଟମେଣ୍ଟ ବାହାରେ ବୁଲୁଛି । ଫଳରେ ଏଥି ଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିବାହ ପାଇଁ ଅତିଥି ତାଲିକା ପ୍ରକାଶ ପାଇଛି । ଏହି ଭବ୍ୟ ସମାରୋହରେ ୧୮ଜଣ ଅତିଥି ସଦସ୍ୟ, ବନ୍ଧୁ ପରିଜନଙ୍କ ସହ ବଲିଉଡର କିଛି ସେଲିବ୍ରିଟି ଯୋଗଦେବେ । ଆଲିଆଙ୍କ ଦାଦା ମୁକେଶ ଭଟ୍ଟ ବାହାଘରରେ ଯୋଗ ଦେଇନପାରନ୍ତି ।

ସେପଟେ, ବିବାହ ସମୟରେ ମହେଶ ଭଟ୍ଟଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ । ସାଧାରଣତଃ ତାଙ୍କୁ ଜିନ୍ସ ଓ କଳା ସାର୍ଟରେ ଦେଖିଥାନ୍ତି । କିନ୍ତୁ ଆଲିଆଙ୍କ ବାହାଘରରେ ସେ ୧୦ବର୍ଷର ନିୟମକୁ ଭାଙ୍ଗି କୁର୍ତ୍ତା ପାଇଜାମା ପିନ୍ଧିବେ । ପଞ୍ଜାବୀ ରୀତିନୀତିରେ ବିବାହ ସମ୍ପନ୍ନ ହେବା ପରେ ଉଭୟ ଗୁରୁଦ୍ୱାରରେ ଏକ ଲଙ୍ଗରର ଆୟୋଜନ କରିଛନ୍ତି । ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୦ ବାଉନ୍ସର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି । ବିବାହ ପାଇଁ ଦିଲ୍ଲୀ ଓ ଲକ୍ଷ୍ନୌରୁ ସ୍ୱତନ୍ତ୍ର ସେଫ୍ ଆସିବେ । ତେବେ ବିବାହରେ ଫଟୋ ଓ ଭିଡିଓ କରିବାକୁ ବାରଣ କରାଯାଇଛି ।